ଭାରସାମ୍ୟ ହରାଇ ଓଲଟି ପଡିଲା ବରଯାତ୍ରୀ ବସ ; ୬ ଜଣ ଗୁରୁତର

Published By : Prameya-News7 Bureau | June 26, 2018 IST

କୋରାପୁଟ ସୁକ୍ରାପୁଟ ଘାଟିରେ ଦୁର୍ଘଟଣା ହୋଇଛି | ଭାରସାମ୍ୟ ହରାଇ ଓଲଟି ପଡିଲା ବରଯାତ୍ରୀ ବସ | ଦୁର୍ଘଟଣାରେ ୬ ଜଣ ଗୁରୁତର ଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି | ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ବସରେ ପ୍ରାୟ ୭୦ ଜଣ ଥିବା ସୂଚନା ମିଳିଛି | ଏକ ବିବାହ ଭୋଜି ପାଇଁ ବସଟି ଲସବନ୍ତପୁରରୁ ବେଲଗୁଡ଼ା ଯାଉଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.