କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡିଲା ବସ; ୧୦ ଆହତ

Published By : Prameya-News7 Bureau | January 04, 2019 IST

ବଣାଇ ୩/୧ : ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଲା ବସ୍ | ବଣାଇ ଲହୁଣିପଡା ଲୁଥୁରୁବା ନିକଟରେ ଦୁର୍ଘଟଣା ଘଟିଛି |ଘନ କୁହୁଡି ଯୋଗୁଁ ରାସ୍ତା ଦେଖା ଯାଉନଥିବା ହେତୁ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି | ଦୁର୍ଘଟଣାରେ ୧୦ ଯାତ୍ରୀ ଆହତ ହୋଇଛନ୍ତି | ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡିଛି | ଆହତମାନଙ୍କୁ ଲହୁଣିପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଭୁବନେଶ୍ବରରୁ ଗୋପନା ଆସୁଥିଲା ଏ-ୱାନ ଘରୋଇ ବସ ଦୁର୍ଘଟଣାଗସ୍ତ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.