ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାରୋହରେ ଯୋଗ ଦେବାକୁ ଯାଉଥିବା ସ୍କୁଲ ବସ ଦୁର୍ଘଟଣାଗସ୍ତ : ୫ ଛାତ୍ରଛାତ୍ରୀ ଗୁରୁତର,୩୫ ଆହତ

Published By : Prameya-News7 Bureau | December 27, 2018 IST

ଧର୍ମଶାଳା ୨୭/୧୨ : ହିମାଚଳ ପ୍ରଦେଶର ଧର୍ମଶାଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାରୋହରେ ଯୋଗ ଦେବାକୁ ଯାଉଥିବା ସ୍କୁଲ ବସ ଦୁର୍ଘଟଣାଗସ୍ତ ହୋଇଛି | ବସ ଓଲଟି ପଡିବାରୁ ୩୫ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି | ଆହତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି | ଏହି ସମସ୍ତ ଛାତ୍ରଛାତ୍ରୀ ଧର୍ମଶାଳାର କମ୍ପ୍ୟୁଟର ସେଣ୍ଟରରେ କମ୍ପ୍ୟୁଟର ଶିକ୍ଷା ନେଉଛନ୍ତି | ନଗରୋଟା ସୂର୍ଯ୍ୟ କମ୍ପ୍ୟୁଟର ସେଣ୍ଟରର ଏହି ସମସ୍ତ ଛାତ୍ରଛାତ୍ରୀ ଧର୍ମଶାଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରେଲିରେ ଯୋଗଦେବାକୁ ଯାଉଥିଲେ | ହିମାଚଳ ପ୍ରଦେଶରେ ବିଜେପି ସରକାରଙ୍କ ୧ ବର୍ଷ ସମ୍ପୂର୍ଣ ହେବା ନେଇ ଏକ ସମାରୋହର ଆୟୋଜନ କରାଯାଇଛି |


ଆହତ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଗୁରୁତର ୫ ଜଣ ଛାତ୍ରଛାତ୍ରୀଙ୍କୁ ଟାଣ୍ଡା ସ୍ଥାନାନ୍ତର କରାଯାଇଛି | ଅପ୍ପର୍ଲନ୍ଯ ଘାଟିରେ ବସ ଦୁର୍ଘଟଣାଗସ୍ତ ହୋଇଥଲା |

{"id":67658}


ସୂଚନାଯୋଗ୍ୟ ଯେ, ବସର କ୍ଷମତା ୩୨ | ୩୨ ସିଟ ଯୁକ୍ତ ଏହି ବସରେ ୪୫ ଜଣ ଛାତ୍ରଛାତ୍ରୀ ଯାତ୍ରା କରୁଥିଲେ | ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି | ବସ ଓଲଟି ପଡିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ | ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା |


ସୂଚନାଯୋଗ୍ୟ ଯେ, ୨୦୧୭ ମସିହା ଡିସେମ୍ବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ନିଜ ମନ୍ତ୍ରୀ ମଣ୍ଡଳର ୧୧ଜଣ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଥିଲେ | ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଯୋଗ ଦେଇଥିଲେ |


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | ୬୮ ବିଧାନସଭା ଆସନ ବିଶିଷ୍ଟ ହିମାଚଳ ପ୍ରଦେଶରେ ବିଜେପି ୪୪ ଆସନରେ ବିଜୟ ଲାଭ କରି ପ୍ରଚଣ୍ଡ ବହୁମତ ହାସଲ କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.