ତପ୍ତପାଣି ଘାଟିରେ ଓଲଟିଲା ବସ: ଜଣେ ମୃତ, ୩୫ ଆହତ, ଉଦ୍ଧାର କାର୍ଯ୍ୟ ଜାରୀ

Published By : Prameya-News7 Bureau | May 21, 2019 IST

ସାନଖେମୁଣ୍ଡି୨୧|୫: ତପ୍ତପାଣି ଘାଟିରେ ଏକ ଯାତ୍ରୀବାହୀ ବସ ଓଲଟି ପଡିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୫ଜଣ ଆହତ ହୋଇଛନ୍ତି । ଘାଟିତଳକୁ ବସଟି ଖସିପଡିଥିବା ଯୋଗୁଁ ଏବେ ମଧ୍ୟ କିଛିଯାତ୍ରୀ ବସ ଓ ଘାଟିତଳେ ଫଶି ରହିଛନ୍ତି ।

{"id":114494}

ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ପୋଲିସ ବାହିନୀ ଲାଗିଛନ୍ତି  । ରାୟଗଡାର ଚାନ୍ଦିପୁଟ  ଗାଁରୁ ଦିଗପହଣ୍ଡି ଦୁଆରୀ ଗାଁକୁ ବସ ଫେରୁଥିବା ବେଳେ ତପ୍ତପାଣି ଘାଟିରେ ଦୁର୍ଘଟଣା ହୋଇଛି । ଉଦ୍ଧାର ହୋଇଥିବା ଆହତଙ୍କୁ ଦିଗପହଣ୍ଡି ସ୍ଥାନାନ୍ତର କରାଯାଉଛି ।

{"id":114496}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.