ଭୁବନେଶ୍ୱରରୁ ବସ୍ ଚୋରି କରିଥିଲେ, କଟକରେ ଧରା ପଡିଗଲେ

Published By : Prameya-News7 Bureau | August 21, 2020 IST

କଟକ, ୨୧|୦୮:   ରାଜଧାନିରେ ବସ୍ ଚୋରି । କଟକରେ କାବୁ । ଏଭଳି ଘଟଣା ଘଟିଛି କଟକ ଓ ଏମ୍ ପି ଛକ ରେ । ଯାହା ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି ।

ସୂଚନାନୁସାରେ, ଆର୍ୟନ୍ ନାମକ ବସର ଡ୍ରାଇଭର ଓ ହେଲପର ଗାଡ଼ି ଛାଡ଼ି ଖାଇବାକୁ ଯାଇଥିଲେ । ଏହି ସମୟରେ  ଜଣେ ଦୁର୍ବୃତ୍ତ ବସକୁ ଚଲାଇ ଭୁବନେଶ୍ୱରରୁ ପାର ହୋଇଯାଇଥିଲା । ସଙ୍ଗେ ସଙ୍ଗେ ପୋଲିସକୁ ଖବର ମିଳିବା ପରେ ଭୁବନେଶ୍ୱର ପୋଲିସ ବସକୁ ପିଛା କରିଥିଲା । ଏହାପରେ କଟକ ଟ୍ରାଫିକ ଓ ପୋଲିସ ସାହାଯ୍ୟରେ ବସକୁ ଅଟକାଇବା ପାଇଁ ଚେଷ୍ଟା ଆରମ୍ଭ ହୋଇଥିଲା ।

ଶେଷରେ ଓ ଏମ୍ ପି ନିକଟରେ ବସ୍ ଚଳାଉଥିବା ଦୁର୍ବୃତ୍ତ ଭରସ୍ୟମ ହରାଇ ଏକ ଟ୍ରକ୍ ର ପଛ ପଟେ ବସକୁ ପିଟି ଦେଇଥିଲେ । ଗାଡ଼ି ଚଳାଉଥିବା ବ୍ୟକ୍ତିକୁ ପୋଲିସ କାବୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.