ରେଡୱେଜ୍ ବସ୍ ଓ ଟ୍ୟାଙ୍କର୍ ମଧ୍ୟରେ ଭୟଙ୍କର ସଡକ ଦୁର୍ଘଟଣା : ୭ ମୃତ ୨୫ ଆହତ, ବଢିପାରେ ମୃତକଙ୍କ ସଂଖ୍ୟା

Published By : Prameya-News7 Bureau | December 16, 2020 IST

ସମ୍ଭଲ ୧୬/୧୨ : ଉତ୍ତର ପ୍ରଦେଶ ସମ୍ଭଲ ଜନପଦର  ଧନରୀ ଥାନା ଅନ୍ତର୍ଗତ ୫୦୯ ନମ୍ବର ଜାତୀୟ ରାଜପଥରେ ବୁଧବାର ଦିନ ଏକ ବଡ ଧରଣର ଦୁର୍ଘଟଣା ହୋଇଛି। ରେଡୱେଜ୍ ବସ୍ ଓ ଟ୍ୟାଙ୍କର୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି। ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଜିଲ୍ଲା ଅଧିକାରୀ, ଏସପିଙ୍କ ସମେତ ତମାମ ଅଧିକାରୀ ଉପସ୍ଥିତ ଅଛନ୍ତି। ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ ରାସ୍ତା ଜାମ୍ ହୋଇଛି। ଯାନବାହାନ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଜିଲ୍ଲା ପ୍ରଶାସନ ୭ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ରେଡୱେଜ୍ ବସର ଗୋଟିଏ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି। 

{"id":378120,"sizeSlug":"large","linkDestination":"none"}

ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ତତ୍କାଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆହତଙ୍କ ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.