ମାଲକାନଗିରି ଜିଲ୍ଲାରେ ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ

Published By : Prameya-News7 Bureau | August 12, 2018 IST

ମାଲକାନଗିରି ଜିଲ୍ଲା ଘରୋଇ ବସ ସଂଘର ଧର୍ମଘଟ ଯୋଗୁ ଜିଲ୍ଲାରେ ସମସ୍ତ ଘରୋଇ ବସ ଚଳା ଚଳ ବନ୍ଦ ରହିଛି । ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ହେବା ପରେ ସଂଘରେ ଦେଖା ଦେଇଛି ବିବାଦ । ପୂର୍ବତନ ସଭାପତି ଭକ୍ତ ରାଉତ ସଂଘର ଲକ୍ଷାଧିକ ଟଙ୍କା ହେରଫେର କରିଥିବା ଅଭିଯୋଗ କରିଛନ୍ତି ବର୍ତ୍ତମାନର ସଭାପତି ରମେଶ ପଟ୍ଟନାୟକ । ପୂର୍ବତନ ସଭାପତି ଭକ୍ତ ରାଉତଙ୍କ ନାମରେ ମାଲକାନଗିରି ସଦର ଥାନାରେ ଏତଲା ଦିଆଯାଇଛି । ହେଲେ ପୂର୍ବତନ ସଭାପତି ଭକ୍ତ ରାଉତ ପଦ ଛାଡୁନଥିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ସଂଘର ବିବାଦ ଯୋଗୁଁ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଯାତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.