ଦ୍ୱିତୀୟ ଦିନରେ ବସ୍ ଷ୍ଟ୍ରାଇକ ; ବ୍ରହ୍ମପୁରରୁ ଗଡୁନି ଘରୋଇ ବସ୍ , ଯାତ୍ରୀ ହନ୍ତସନ୍ତ

Published By : Prameya-News7 Bureau | July 02, 2018 IST

ଅଚଳ ହୋଇପଡିଛି ବସ୍‌ଷ୍ଟାଣ୍ଡ୍। ଗଡୁନି ଘରୋଇ ବସ୍। ଏଭଳି ସ୍ଥିତି ଦେଖାଦେଇଛି ଗଞ୍ଜାମ ଜିଲ୍ଲାରେ। ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ୍ କୁ ହଳଦିଆପଦର ନୂତନ ସିଟି ବସ୍‌ଷ୍ଟାଣ୍ଡ୍‌କୁ ସ୍ଥାନାନ୍ତରିତ ପ୍ରସଙ୍ଗ ନେଇ ଗଞ୍ଜାମ ଜିଲ୍ଲା ଘରୋଇ ମାଲିକ ସଂଘ ପକ୍ଷରୁ ବସ୍‌ଚଳାଚଳ ବନ୍ଦ କରିଛନ୍ତି। ଗତ ୧ ତାରିଖରୁ ଏହି ବସ୍‌ଷ୍ଟାଣ୍ଡ୍‌କୁ ସ୍ଥାନାନ୍ତରିତ ନେଇ ପୂର୍ବରୁ ଜିଲ୍ଲା ପ୍ରଶାସନରୁ ନିଷ୍ପତ୍ତି ନିଆ ଯାଇଥିଲା। କିନ୍ତୁ ରୁଟ୍ ଚାର୍ଡ, ନୂତନ ବସ୍‌ଷ୍ଟାଣ୍ଡ୍‌ରେ ଆନୁଷାଙ୍ଗିକ ବ୍ୟବସ୍ଥାର ଅଭାବ, ହଳଦିଆପଦର - ଜାତୀୟ ରାଜପଥରେ ବସ୍ ଚଳାଚଳ ପାଇଁ ସୁବ୍ୟବସ୍ଥା ଗ୍ରହଣ କରାଯାଇନଥିବା ଦର୍ଶାଇ ବସ୍ ମାଲିକ ସଂଘ ଏହାକୁ ବିରୋଧ କରି ବସ୍ ଚଳାଚଳ ବନ୍ଦ କରିଛନ୍ତି। ଦୁଇ ଦିନ ହେଲା ଏଭଳି ଅଚଳାବସ୍ଥା ଲାଗିଥିବାରୁ ଯାତ୍ରୀମାନେ ହଇରାଣ ହରକତ ହେଉଥିବା କହିଛନ୍ତି। ବସ୍ ବନ୍ଦ ନେଇ ଯାତ୍ରୀମାନେ ଜାଣିନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। କିଏ ସୁରଥରୁ ତ ଆଉ କିଏ ବାଙ୍ଗୋଲୋରରୁ ଆସି ନିଜ ଘରକୁ ଯିବାକୁ ବସ୍‌ଷ୍ଟାଣ୍ଡ୍‌କୁ ଆସି ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରି ବସ୍ ପାଉନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ଘରୋଇ ବସ୍ ଚଲାଚଳ ବନ୍ଦ ରହିଛି। ହେଲେ ସରକାରୀ ବସ୍ ଚଲାଚଳ କରୁଛି। ତାହା ପୁଣି କମ୍ ବସ୍। ଜିଲ୍ଲାର ଗ୍ରାମାଞ୍ଚଳକୁ କୌଣସି ସରକାରୀ ବସ୍ ଚଳାଚଳ କରୁନଥିବା ବେଳେ ଦୂରସ୍ଥାନକୁ ସରକାରୀ ବସ୍ ଚଳାଚଳ କରୁଛି। ତାହା ଯାତ୍ରୀଙ୍କ ପାଇଁ ଯଥେଷ୍ଟ ନୁହେଁ। କିଏ ଅଟୋରେ ତ ଆଉ କିଏ ଅନ୍ୟ କୌଣସି ଯାନରେ ଯିବାକୁ ଏକ ପ୍ରକାର ବାଧ୍ୟ ହେଉଥିବା କହିଛନ୍ତି। ସରକାରୀ ବସ୍ ମଧ୍ୟ ଏହି ବସ୍‌ଷ୍ଟାଣ୍ଡ୍‌ରୁ ଯାତାୟତ କରୁଥିବା ଦେଖାଯାଇଛି। ସରକାରୀ ବସ୍‌ରେ ଭଞ୍ଜନଗରରୁ ବ୍ରହ୍ମପୁର ଆସିଥିବା ଜଣେ ଯାତ୍ରୀ କହିଛନ୍ତି।ଗତ ଦୁପଇ ଦିନ ହେଲା ବସ୍ ଚଳାଚଳ ବନ୍ଦ ରହିଥିବାରୁ କୁଲିମାନେ କାମ ଧନ୍ଦା ନପାଇ ରୋଜଗାର ହରାଇ ଥିବା କହିଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.