Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଖୁବ୍ ଶୀଘ୍ର ଗ୍ରୀନ୍ ଜୋନ୍‌ରେ ଗଡିବ ବସ୍, ଦୁଇ ଗୁଣ ହେବ ଭଡା

12/05/2020 at 12:40 PM

ଭୁବନେଶ୍ବର ୧୨।୫: ରାଜ୍ୟରେ ଗ୍ରୀନ୍ ଜୋନ୍‌ରେ ବସ୍ ଗଡିବ । ଦୁଇ ଗୁଣ ଭଡା ଦେବାକୁ ପଡିବ ।  ଏ ନେଇ ପରିବହନ ପଦ୍ମନାଭ ବେହେରା ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ଭଡାକୁ ଦ୍ବିଗୁଣିତ କରିବା ପାଇଁ ବ୍ୟବସ୍ଥା ହୋଇଛି । ଯେହେତୁ ଗ୍ରୀନ୍ ଜୋନ୍ ରେଡ୍ ଜୋନ୍ ହୋଇଯାଉଛି ତେଣୁ ବସ୍ ଚଳାଚଳ କରିବାରେ ସମସ୍ୟା ହେଉଛି । ଦିନେ କି ଦୁଇ ଦିନ ଭିତରେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେହିପରି ସରକାରୀ କର୍ମଚାରୀଙ୍କ ଯାତାୟତ ପାଇଁ ରାଜ୍ୟ ସରକାର ବସ୍ ଚଳାଇବେ । ଆସନ୍ତାକାଲିଠୁ ଏହି ସେବା ଆରମ୍ଭ ହେବ । କଟକରୁ ଭୁବନେଶ୍ବରକୁ ଗୋଟିଏ ବସ୍ ଯାତାୟତ କରିବ । ଭଡା ୩୦ ଟଙ୍କା ନିଆଯିବ ।

ଅନ୍ୟପଟେ ଟ୍ରେନ୍ ଚଳାଚଳ ପ୍ରସଙ୍ଗ ମନ୍ତ୍ରୀ କହିଛନ୍ତି ଆଜି ସନ୍ଧ୍ୟା ସୁଦ୍ଧା ପ୍ରସ୍ତୁତ ଗାଇଡ୍ ଲାଇନ୍ କରାଯିବ । ଯେଉଁ ମାନେ ଆସିବେ ସେମାନେ ଗାଇଡ୍ ଲାଇନ୍ ମାନିବାକୁ ବାଧ୍ୟ । ସଂଘରୋଧ ଓ ସାମାଜିକ ଦୂରତା ମଧ୍ୟ ପାଳନ କରିବେ । ଟ୍ରେନ୍ ଯୋଗେ ପ୍ରାୟତଃ ଭିଆଇପି ଲୋକ ଆସୁଛନ୍ତି ତ ସେମାନେ ନିଜସ୍ବ ସୁବିଧାରେ ଯାତାୟତ କରିବେ । ଯେଉଁମାନେ ଯାଇ ପାରିବେ ନାହିଁ ସେମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିବେ । ଯେଉଁମାନେ ଅନ୍ୟ ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ଯଦି ସେମାନେ ପଞ୍ଜିକରଣ କରି ନଥିବେ ଏଠାରେ କରିପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

   Related Posts