Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୁଧବାରଠୁ ଗଡିବ ବସ୍, ଯାତାୟତ କରିବେ ସରକାରୀ କର୍ମଚାରୀ

12/05/2020 at 11:50 AM

ଭୁବନେଶ୍ବର ୧୨।୫: ସରକାରୀ ଅଧିକାରୀଙ୍କ ଯାତାୟତ ପାଇଁ ରାଜ୍ୟ ସରକାର ବସ୍ ଚଳାଇବେ । ଆସନ୍ତାକାଲିଠୁ ଏହି ସେବା ଆରମ୍ଭ ହେବ । କଟକରୁ ଭୁବନେଶ୍ବରକୁ ଗୋଟିଏ ବସ୍ ଯାତାୟତ କରିବ । ଭଡା ୩୦ ଟଙ୍କା ନିଆଯିବ । ଏନେଇ ପରିବହନ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ଗ୍ରୀନ୍ ଜୋନ୍‌ରେ ବସ୍ ଗଡିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ଭଡାକୁ ଦ୍ବିଗୁଣିତ କରିବା ପାଇଁ ବ୍ୟବସ୍ଥା ହୋଇଛି । ଯେହେତୁ ଗ୍ରୀନ୍ ଜୋନ୍ ରେଡ୍ ଜୋନ୍ ହୋଇଯାଉଛି ତେଣୁ ବସ୍ ଚଳାଚଳ କରିବାରେ ସମସ୍ୟା ହେଉଛି । ଦିନେ କି ଦୁଇ ଦିନ ଭିତରେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

 ସେହିଭଳି ଟ୍ରେନ୍ ଚଳାଚଳ ପ୍ରସଙ୍ଗ ମନ୍ତ୍ରୀ କହିଛନ୍ତି ଆଜି ସନ୍ଧ୍ୟା ସୁଦ୍ଧା ପ୍ରସ୍ତୁତ ଗାଇଡ୍ ଲାଇନ୍ କରାଯିବ । ଯେଉଁ ମାନେ ଆସିବେ ସେମାନେ ଗାଇଡ୍ ଲାଇନ୍ ମାନିବାକୁ ବାଧ୍ୟ । ସଂଘରୋଧ ଓ ସାମାଜିକ ଦୂରତା ମଧ୍ୟ ପାଳନ କରିବେ । ଟ୍ରେନ୍ ଯୋଗେ ପ୍ରାୟତଃ ଭିଆଇପି ଲୋକ ଆସୁଛନ୍ତି ତ ସେମାନେ ନିଜସ୍ବ ସୁବିଧାରେ ଯାତାୟତ କରିବେ । ଯେଉଁମାନେ ଯାଇ ପାରିବେ ନାହିଁ ସେମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିବେ । ଯେଉଁମାନେ ଅନ୍ୟ ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ଯଦି ସେମାନେ ପଞ୍ଜିକରଣ କରି ନଥିବେ ଏଠାରେ କରିପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

   Related Posts