ଗ୍ରୀନ ଜୋନରେ ଗଡିବ ବସ୍, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରିବ

Published By : Prameya-News7 Bureau | May 04, 2020 IST

ଭୁବନେଶ୍ୱର, ୦୪|୦୫ :  ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ ଆଜିଠାରୁ ଲାଗୁ ହୋଇଥିବା ବେଳେ ଏବେବି ସନ୍ଦେହ ଘେରରେ ରହିଛି କଣ ଖୋଲିବ କଣ ବନ୍ଦ ରହିବ। ଏନେଇ ଆଜି ପ୍ରେସ୍‌ ବାର୍ତ୍ତାରେ ରାଜ୍ୟ ସରକାର ପୁଣି ଥରେ ସ୍ପଷ୍ଟ କରିଛନ୍ତି। ଏ ମଧ୍ୟରେ ଗୋଟିଏ କଥା ସ୍ପଷ୍ଟ କରାଯାଇଛି ଯେ ଗ୍ରୀନ ଜୋନ୍‌ରେ ଥିବା ଜିଲ୍ଲାଗୁଡ଼ିକରେ ବସ୍‌ ଚଳାଚଳ  କରିବ। ସେହିପରି କୃଷି କାର୍ଯ୍ୟକୁ ତ୍ବରାନ୍ବିତ ଦିଆଯିବ।

{"id":264754,"width":689,"height":409,"sizeSlug":"large"}

ଗ୍ରୀନ ଜୋନ୍‌ରେ ବସ୍‌ ଚଳାଚଳ କରିବ। ଏପିରି ଗ୍ରୀନ ଜୋନ୍‌ରୁ ଗ୍ରୀନ ଜୋନ ଆନ୍ତଜିଲ୍ଲା ବସ୍‌ ଚଳାଚଳ କରିବ। ଦେଶରେ ଆଜି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଆରମ୍ଭ ହୋଇଥିବା ବେଳେ ନୂଆ ଜୋନ୍‌ ମଧ୍ୟ ଚିହ୍ନିତ ହୋଇଛି। ରାଜ୍ୟରେ ଏବେ ୧୬ ଜିଲ୍ଲା ଗ୍ରୀନ ଜୋନରେ ଅଛି। ଆଉ ଏହି ଗ୍ରୀନ ଜୋନ୍ ଚିହ୍ନିତ ଜିଲ୍ଲାଗୁଡ଼ିକରେ ବସ୍‌ ଚଳାଚଳ କରିପାରିବ, ସର୍ତ୍ତ ହେଉଛି ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଏସବୁ ବସ୍‌ ଚଳାଚଳ କରିବ। ତେବେ ମଝିରେ ଅରେଞ୍ଜ କିମ୍ବା ରେଡ ଜୋନ ଆସୁନଥିବ।  ସେପଟେ ବସ୍‌ ଚଳାଚଳ ନେଇ ଅରାଜି ଥିବା ରାଜ୍ୟ ବସ୍‌ ମାଲିକ ସଂଘ ମଧ୍ୟ ଆଜି ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଛନ୍ତି। ବସ୍‌ ଚଳାଇବା ଲାଗି ମାଲିକ ସଂଘ ରାଜି ହୋଇଛି। ତେବେ ସେମାନଙ୍କ ଦାବି ପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି।

ସେପଟେ ସବୁଠି ଏବେ ପ୍ରଶ୍ନ ଭୁବନେଶ୍ବର ବା ବିଏମସି କାହିଁକି ରହିଲା ରେଡ ଜୋନରେ। ଯାହାକୁ ଆଜି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।  ରାଜଧାନୀ ହିସାବରେ ଏଠାରେ ଜନସଂଖ୍ୟା ଅଧିକ। ଗତ ୨୧ ଦିନ  ଭିତରେ ଏଠାରେ ୧୫ ଆକ୍ଟିଭ୍‌ ଆକ୍ରାନ୍ତ ଅଛନ୍ତି।   ଅଳ୍ପ କିଛି ଦିନ ତଳେ ଜଣେ ରୋଗୀ ଭୁବନେଶ୍ବରରେ ଚିହ୍ନିତ ହୋଇଛନ୍ତି । ସେପଟେ ଗ୍ରୀନ ଜୋନରେ ଥିବା ସତ୍ତ୍ବେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ସକାଳ ୭ରୁ ସଂଧ୍ୟା ୭ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି । ଜନଗହଳି ରୋକିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।

{"id":264755,"width":688,"height":390,"sizeSlug":"large"}

ସେପଟେ ଗ୍ରୀନ ଅରେଞ୍ଜ, ରେଡ୍‌ ଜୋନରେ କେଉଁସବୁ କାର୍ଯ୍ୟ ଚାଲୁ ରହିବ ସେନେଇ ଥିବା ଦ୍ବନ୍ଦ୍ବକୁ ଆଜି ପୁଣି ଥରେ ଦୂର କରିଛନ୍ତି ରାଜ୍ୟ ସରକାର। କେବଳ କଣ୍ଟେନମେଣ୍ଟ ଜୋନ ଛାଡ଼ିଦେଲେ ସବୁଠି କୃଷି ଓ ନିର୍ମାଣ କାର୍ଯ୍ୟ ଜାରି ରହିବ । ବ୍ୟକ୍ତିଗତ କାରଣରେ ଗାଡ଼ି ଚଳାଚଳ କରିପାରିବ। ଦୁଇଚକିଆରେ ଜଣେ ଏବଂ ଚାରିଚକିଆ ଯାନରେ ଦୁଇ ଜଣ ଯାଇପାରିବେ। ସେଲୁନ ସ୍ପା, ଅରେଞ୍ଜ ଜୋନ ଏବଂ ଗ୍ରୀନ ଜୋନରେ ଚାଲିପାରିବ।  ସେହିପରି କଣ୍ଟେନମେଣ୍ଟ ଜୋନକୁ ଛାଡି଼ ଅନ୍ୟ ସ୍ଥାନରେ ବିଭିନ୍ନ ଶିଳ୍ପ ସଂସ୍ଥା ଚାଲୁ କରିବା ନେଇ ମଧ୍ୟ  ଅନୁମତି ଦିଆଯାଇଥିବା ବେଳେ ସେଥିରେ ରେଡ୍‌ ଜୋନରେ କିଛି କଟକଣା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.