ଘରୋଇ ବସ୍ ମାଲିକ ଛାଡୁନାହାଁନ୍ତି ଜିଦ୍, ଆଲୋଚନାକୁ ଆସିନାହାଁନ୍ତି ସରକାର, ଘୋଷଣାରେ ରହିଯାଇଛି ବସ୍ ଚଳାଚଳ

Published By : Prameya-News7 Bureau | May 25, 2020 IST

ଭୁବନେଶ୍ୱର, ୨୫|୦୫:   ସରକାରଙ୍କ ଘୋଷଣା ପରେ ବି ଆଜି ଚାଲିଲାନି ଘରୋଇ ବସ । ଯାତ୍ରୀ ସେବା ବି ସ୍ବାଭାବିକ ହୋଇ ପାରିଲାନି । ସରକାର ଆଲୋଚନା ନକଲେ ବସ ଚଳାଇବେ ନାହିଁ ବୋଲି ଜିଦରେ ଅଡି ବସିଛି ଘରୋଇ ବସ ମାଲିକ ସଂଘ । ସରକାର ବସ ସଂଘ ସହ ଆଲୋଚନା ନକରି ଏକତରଫା କାହିଁକି ଘୋଷଣା କଲେ  ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସେପଟେ ମନ୍ତ୍ରୀ କହିଛନ୍ତି ସରକାର ଦରକାର ପଡିଲେ ସଂଘ ସହ ଆଲୋଚନା କରିବେ।

{"id":275959,"width":754,"height":469,"sizeSlug":"large"}

ଜିଦରେ ଅଟଳ ଘରୋଇ ବସ ମାଲିକ ସଂଘ । ଦିନପରେ ଦିନ ଧାର୍ଯ୍ୟ ହେଉଛି କିନ୍ତୁ ବସ୍‌ ମାଲିକ ସଂଘ ତା ଜିଦିରେ ଅଡ଼ି ରହିଛି। ଦାବି ପୂରଣ ନହେଲେ ବସ୍‌ ଚଳାଇବେ ନାହିଁ।  ପ୍ରଥମେ ଗ୍ରୀନ ଜୋନରେ ଅଧା ସିଟ୍‌ରେ ବସ ଚଳାଇଲେନି ଏବଂ ଫୁଲ୍‌ ସିଟ୍‌ରେ ବି ବସ୍‌ ଚଳାଇବାକୁ ଘରୋଇ ବସ୍‌ ମାଲିକ ସଂଘ ଅରାଜି। ଗୋଟିଏ ପଟେ ସରକାର କହୁଛନ୍ତି ବସ୍‌ ମାଲିକ ସଂଘର ଦାବି ବିଚାର କରୁଛନ୍ତି ଏପଟେ ମାଲିକ ସଂଘ ଆଗେ ବସ ଗଡ଼ାଇ ପରେ ଦାବି ବିଚାରକୁ ଅପେକ୍ଷା କରିବାକୁ ଚାହୁଁନି। ରାଜ୍ୟ ସରକାର ଘରୋଇ ବସ ମାଲିକ ସଂଘ ସହ ଆଲୋଚନା ନକଲେ ବସ ଚଳାଇ ହେବନି ବୋଲି ସଫାସଫା ଶୁଣାଇ ଦେଇଛି ସଂଘ । ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଯେଉଁସବୁ ଦାବି ରଖିଛି ୧-ସରକାର ଟ୍ୟାକ୍ସ ଛାଡ କରନ୍ତୁ ୨-  ବୀମା ଅବଧି ବଢାଯାଉ ୩-  ତିନି ମାସର ସୁଧ ଛାଡ ସହ ଘରୋଇ ବସ ସେବାକୁ ଶିଳ୍ପର ମାନ୍ୟତା ଦିଅନ୍ତୁ  ।

{"id":275960,"width":747,"height":468,"sizeSlug":"large"}

ସେପଟେ ସରକାରଙ୍କ ଘୋଷଣା ସତ୍ବେ ବସ ସେବା ଆରମ୍ଭ ହୋଇ ପାରୁ ନଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସରକାର ବସ ମାଲିକ ଙ୍କ  ସହ ଆଗେ ଆଲୋଚନା ନକରି ଏକ ପାଖିଆ ଘୋଷଣା କରି ଥିବାରୁ ଯାତ୍ରୀ ସେବା ସ୍ବଭାବିକ ହୋଇ ପାରୁନି ବୋଲି ଉଭୟ କଂଗ୍ରେସ ଓ ବିଜେପି କହିଛନ୍ତି । ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି ସରକାର ବସ ମାଲିକଙ୍କର ଟ୍ୟାକ୍ସ ଛାଡ ଦାବି ପୂରଣ ପକ୍ରିୟା ଆରମ୍ଭ କରିଛନ୍ତି । ଆବଶ୍ୟକ ହେଲେ ସରକାର ସଂଘ ସହ ଆଲୋଚନା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.