ବସ୍ ମାଲିକ ସଂଘ ବିବାଦ ; ଭୁବନେଶ୍ବରରୁ ପୁରୀକୁ ଗଡୁନି ବସ୍

Published By : Prameya-News7 Bureau | September 11, 2018 IST

ଭୁବନେଶ୍ବର ୧୧|୯: ତେଜିଲା ଭୁବନେଶ୍ବର-ପୁରୀ ବସ୍ ମାଲିକ ସଂଘର ବିବାଦ । ପ୍ରତିବାଦରେ ଆଜି ଭୁବନେଶ୍ବରରୁ ପୁରୀକୁ ଗଡୁନି ଯାତ୍ରୀବାହୀ ବସ୍ । ପୁରୀ ବସଷ୍ଟାଣ୍ଡରେ ଭୁବନେଶ୍ବର ବସ୍ ଗୁଡିକୁ ଯାତ୍ରୀ ଉଠାଇବାକୁ ଉଚିତ୍ ସମୟ ଦିଆଯାଉନଥିବା ଅଭିଯୋଗ କରିଛି ଭୁବନେଶ୍ବର ବସ୍ ମାଲିକ ସଂଘ । ଗତ ୪ ଦିନ ହେଲା ଉଭୟ ସଂଘ ମଧ୍ୟରେ ବିବାଦ ଲାଗି ରହିଛି । ପ୍ରଶାସନ ତୁରନ୍ତ ଏ ଦିଗରେ ହସ୍ତକ୍ଷେପ କରିବାକୁ ଦାବି କରିଛି ଭୁବନେଶ୍ବର ବସ୍ ମାଲିକ ସଂଘ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବସ୍ ମାଲିକ ସଂଘର ସମ୍ପାଦକ ବରଦା ଆଚାର୍ଯ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.