ତୁଟିଲାନି ବିବାଦ ; ଆଜି ମଧ୍ୟ ଭୁବନେଶ୍ବରରୁ ପୁରୀକୁ ଗଡୁନି ବସ୍

Published By : Prameya-News7 Bureau | September 12, 2018 IST

ଭୁବନେଶ୍ବର ୧୨|୯: ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମଧ୍ୟ ତୁଟିଲାନି ବିବାଦ । ଗତକାଲି ପରି ଆଜି ମଧ୍ୟ ପୁରୀକୁ ଭୁବନେଶ୍ବରୁ ଗଡୁନି ବସ୍ । ଭୁବନେଶ୍ବର ଓ ପୁରୀ ବସ୍ ମାଲିକଙ୍କ ମଧ୍ୟରେ ବିବାଦ ପାଇଁ ମଙ୍ଗଳବାର ପୁରୀକୁ ବସ୍ ସେବା ବନ୍ଦ ରହିଥିଲା । ସନ୍ଧ୍ୟାରେ ଉଭୟ ପକ୍ଷଙ୍କ ସହ ୨ ଆରଟିଓ ଆଲୋଚନା କରିବା ପରେ ବସ୍ ଚାଳଚଳ ସ୍ବାଭାବିକ ହୋଇଥିଲା । ତେବେ ପୁରୀ ବସଷ୍ଟାଣ୍ଡରେ କଟକ ଓ ଭୁବନେଶ୍ବର ଘରୋଇ ବସ୍ କୁ ଏକା ସମୟ ସାରଣୀ ଦିଆଯାଇଥିବା ଅଭିଯୋଗ ପରେ ପୁଣି ବିବାଦ ଦେଖାଦେଇଛି । ଆଜି ଆଉଥରେ ଭୁବନେଶ୍ବର ଓ ପୁରୀ ମଧ୍ୟରେ ବସ୍ ଚଳାଚଳ ବନ୍ଦ ରହିଛି । ଏନେଇ ଭୁବନେଶ୍ବର ବସ୍ ମାଲିକ ସଂଘର ସମ୍ପାଦକ ସୂଚନା ଦେଇଛନ୍ତି । ତେବେ କଟକରୁ ପୁରୀ ବସ୍ ଚଳାଚଳ ଜାରି ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.