ବିନା ପରମିଟରେ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ବସକୁ ଜବତ କଲା ପରିବହନ ବିଭାଗ
26/11/2019 at 12:13 PM

ସୁନ୍ଦରଗଡ ୨୬।୧୧: ଆସନ୍ତା ଡିସେମ୍ବର ୧ତାରିଖରୁ ରାଜ୍ୟରେ କଡାକଡି ଭାବେ ଟ୍ରାଫିକ ନିୟମ ପାଳନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏକ ଯାତ୍ରୀବାହୀ ବସକୁ ବିନ ପରମିଟରେ ଯାତ୍ରା କରୁଥିବା ସମୟରେ ଜବତ କଲା ପରିବହନ ବିଭାଗ ।

ସୂଚନାଯୋଗ୍ୟ ଯେ, ବିନା ପର୍ମିଟରେ ଯାତାୟତ କରୁଥିବା ଏକ ଯାତ୍ରୀବାହି ବସକୁ ଜିଲ୍ଲା ପରିବହନ ବିଭାଗ ଜବତ କରିଛି । ବାରିପଦାରୁ ସୁନ୍ଦରଗଡକୁ ନୀଳମାଧବ ନାମକ ଏକ ଘରୋଇ ବସ ଦୀର୍ଘ ଦିନ ହେବ ଯାତାୟତ କରୁଛି । ବସ୍ର ପରମିଟ ନଥିବା ଜାଣିପାରି ଆଜି ପରିବହନ ବିଭାଗ ପକ୍ଷରୁ ଏହି ବସକୁ ଜବତ କରାଯାଇଛି। ଅନ୍ୟ ପଟେ ବସର କର୍ମଚାରୀ କହୁଛନ୍ତି ଯେ, ବସଟି ଚଳାଚଳ କରୁନଥିଲା ଏହା ରିଜର୍ଭରେ ଆସିଛି।ତେଣୁ ଏଥିପାଇଁ ଆମ ପାଖରେ ପରମିଟ ମଧ୍ୟ ରହିଛି ବୋଲି କହିଛନ୍ତି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021