ସମ୍ଭବ ହେଉନି ସ୍ୱାଭାବିକ ବସ୍ ଚଳାଚଳ, ରୋଡ୍ ଟ୍ୟାକ୍ସ ଛାଡ ପାଇଁ ଦାବି କଲା ସଙ୍ଘ

Published By : Prameya-News7 Bureau | May 02, 2021 IST

ଭୁବନେଶ୍ୱର, ୦୨|୦୫ : ଆସନ୍ତା ସୋମବାର ଠାରୁ ରାଜ୍ୟରେ ସ୍ବାଭାବିକ ବସ୍ ଚଳାଚଳ ସମ୍ଭବ ନୁହେଁ। କୋଭିଡ୍ କଟକଣା ଯୋଗୁଁ ଆନ୍ତଃ ରାଜ୍ୟ ବସ୍ ଚଳାଚଳ ବନ୍ଦ ରହିଛି।ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ଯୋଗୁଁ ଜିଲ୍ଲା ମଧ୍ୟରେ ବସ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।

ଏପରିସ୍ଥଳେ ଵସ୍ ମାଲିକ ମାନେ ଵ୍ୟାପକ କ୍ଷତି ସହୁଛନ୍ତି । ତେଣୁ ଵସ୍ ଚଳାଇଵା ଏକ ପ୍ରକାର ଅସମ୍ଭବ ହୋଇପଡିଛି ଵୋଲି କହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ । ଏପରି କ୍ଷେତ୍ରରେ ଯାତ୍ରୀ ପରିବହନ ସେବା କ୍ଷେତ୍ରକୁ ଵଞ୍ଚାଇ ରଖିବା ପାଇଁ ଵସ୍ ଗୁଡିକର ଇଏମ୍ଆଇ ତିନି ମାସ ପାଇଁ ବନ୍ଦ ରଖିଵାକୁ ଵ୍ୟାଙ୍କ ଗୁଡିକୁ ସରକାର ନିର୍ଦ୍ଦେଶ ଦେଵା ପାଇଁ ନିଵେଦନ କରିଛି ଵସ୍ ମାଲିକ ସଂଘ।

ଏହା ସହ ଇ ଏମ୍ ଆଇ ଉପରେ ସୁଧ ଛାଡ କରିଵା ଓ ତିନି ମାସର ରୋଡ ଟ୍ୟାକ୍ସ ଛାଡ ପାଇଁ ସରକାରଙ୍କୁ ଚିଠି ଲେଖିଛି ଘରୋଇ ଵସ୍ ମାଲିକ ସଙ୍ଘ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.