ଦୁଃଖରେ ବସ୍‌ କର୍ମଚାରୀ : ହେଉନାହାନ୍ତି ଯାତ୍ରୀ, ଉଠୁନାହିଁ ତେଲ ଖର୍ଚ୍ଚ

Published By : Prameya-News7 Bureau | July 27, 2021 IST

ଭୁବନେଶ୍ୱର ୨୭।୦୭: ରାଜ୍ୟରେ କରୋନା ସଂକ୍ରମଣ କମିଛି । ଯାହାଦ୍ୱାରା କି ବସ୍‌ ଚାଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କିନ୍ତୁ ବସ୍‌ ଚାଲିବା ସତ୍ତ୍ୱେ ବି ଲୋକ ଅଧିକା ମାତ୍ରାରେ ଯାତ୍ରା କରୁନାହାନ୍ତି । ଯାହାଫଳରେ କି ବସ୍‌ ମାଲିକ ମାନଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି । ଏପରି କି ତେଲ ଖର୍ଚ୍ଚ ମଧ୍ୟ ଉଠୁନାହିଁ ବୋଲି ବସ୍‌ କର୍ମଚାରୀମାନେ କହିଛନ୍ତି ।

ସେହିପରି ଦୀର୍ଘ ଦିନ ପରେ ବସ୍‌ ଚାଲିବା ନେଇ ଯାତ୍ରୀମାନେ ଖୁସି ଥିବାର ଦେଖିବାକୁ ମିଳିଛି । ଦୂର ଦୂର ସ୍ଥାନରୁ କେଉଁଆଡ଼େ ଯିବା ପାଇଁ ରାଜ୍ୟରେ ଏବେ ବସ୍‌ ଏକ ପ୍ରମୁଖ ମାଧ୍ୟମ ପାଲଟିଥାଏ । କିନ୍ତୁ ଗତ କିଛି ଦିନ ଧରି କରୋନା ସଂକ୍ରମଣ ବଢୁଥିବାରୁ ବସ୍‌ ଚାଲିବା ଉପରେ ରୋକ ଲଗାଯାଥିଲା । ଏବେ ବସ୍‌ ଚାଲିବାରୁ ଯାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଆସନ୍ତୁ ଶୁଣିବା କଣ କହୁଛନ୍ତି ବସ୍‌ କର୍ମଚାରୀ ଓ ଯାତ୍ରୀ….

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.