Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ବୃଦ୍ଧି ପାଇଲା ବସ୍ ଭଡା, ଜାଣନ୍ତୁ କେତେ ବଢିଲା…

2/07/2021 at 7:49 AM

ଭୁବନେଶ୍ୱର,୦୨/୦୭: ବଢ଼ିଲା ବସ୍‌ ଭଡ଼ା । କିଲୋମିଟର ପିଛା ୪ ପଇସାରୁ ୧୨ ପଇସା ପର୍ଯ୍ୟନ୍ତ ବସ୍‌ ଭଡ଼ା ବଢ଼ିଛି । ଡିଜେଲ ଦର ବୃଦ୍ଧି ଯୋଗୁ ସ୍ୱୟଂକ୍ରିୟ ପଦ୍ଧତିରେ ବସ୍‌ ଭଡ଼ା ବଢ଼ିଛି । ଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୮୫ ପଇସା ଥିବାବେଳେ ଏବେ ଏହା ୪ ପଇସା ବଢ଼ି ୮୯ ପଇସା ହୋଇଛି । ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପିଛା ୮୯ ପଇସା ଥିଲା । ୪ ପଇସା ବଢ଼ି ୯୩ ପଇସା ହୋଇଛି । ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୮ ପଇସା ବଢ଼ିଛି ।

ଡିଲକ୍ସ ବସ୍‌ ଭଡ଼ା କିମି ପିଛା ଥିଲା ୧ ଟଙ୍କା ୨୧ ପଇସା । ହେଲା ୧ ଟଙ୍କା ୨୯ ପଇସା । ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୧ ଟଙ୍କା ୪୯ ପଇସା ଥିବାବେଳେ ୧ ଟଙ୍କା ୫୭ ପଇସା ହୋଇଛି । ସୁପର ପ୍ରିମିୟମ ବସ୍‌ ଭଡ଼ା କିମିପିଛା ୧୨ ପଇସା ବଢ଼ିଛି । ସୁପର ପ୍ରିମିୟମ ବସ୍‌ ଭଡ଼ା କିମି ପିଛା ୨ ଟଙ୍କା ୩୨ ପଇସା ଥିବାବେଳେ ଏବେ ୨ ଟଙ୍କା ୪୪ ପଇସାରେ ପହଞ୍ଚିଛି । ଏହି ବର୍ଦ୍ଧିତ ବସ୍‌ ଭଡ଼ା ଆଜିଠାରୁ ଲାଗୁ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଏହା ପୂର୍ବରୁ ଗତ ମାର୍ଚ୍ଚ ୪ ତାରିଖରେ ବସ୍‌ ଭଡ଼ା ବଢ଼ିଥିଲା । ସେତେବେଳେ ଡିଜେଲ ଲିଟର ପିଛା ମୂଲ୍ୟ ୮୮ ଟଙ୍କା ୭୭ ପଇସା ଥିଲା । ଏବେ ଡିଜେଲ ଲିଟର ୯୭ ଟଙ୍କା ୨୫ ପଇସା । ଭୁବନେଶ୍ୱରରେ ଏହି ଦର ଥିବାବେଳେ ମାଲକାନଗିରିରେ ଡିଜେଲ ଲିଟର ୧୦୨ ଟଙ୍କା ହେଲାଣି । ତୈଳ ଦର ବୃଦ୍ଧି ଯୋଗୁ ବସ୍‌ ଭଡ଼ା ବଢ଼ିଥିବା ସେ କହିଛନ୍ତି ।

   Related Posts