ପୂର୍ବ ସାଇବେରିଆ: ରୁଷ ସାଇବେରିଆରେ ବରଫ ପାଲଟିଥିବା ଏକ ନଦୀକୁ ବସ୍ ଖସିପଡିବା ଯୋଗୁ ଏଥିରେ ଯାତ୍ରା କରୁଥିବା ୧୯ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ବସ୍ ଟି ଏକ ପୋଲ ଅତିକ୍ରମ କରୁଥିବା ବେଳେ ନଦୀକୁ ଖସିପଡିଥିଲା। ରବିବାର ମସ୍କୋଠାରୁ ପ୍ରାୟ ୪ ହଜାର ୯୦୦ କିଲୋମିଟର ଦୂର କୁଏଙ୍ଗା ନଦୀ ପୋଲରେ ଏହି ଦୁର୍ଘଟଣା ଘଟିଛି।
ଜରୁରୀକାଳୀନ ବିଭାଦ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ ଅନ୍ୟ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବସ୍ ର ଆଗ ଚକ ବାହାରି ଯିବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ବସଟି ୪ ଚକ ଟେକି ଓଲଟି ପଡ଼ିବା ଯୋଗୁ ଯାତ୍ରୀଙ୍କ କମ୍ପାର୍ଟମେଣ୍ଟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ଏକକାଳୀନ ଏତେ ସଂଖ୍ୟକ ଯାତ୍ରୀ ଆହତ ହୋଇଥିବା କୁହାଯାଇଛି।