ଭାଲୁ ଆକ୍ରମଣରେ ବସ୍ ଯାତ୍ରୀ ଗୁରୁତର

Published By : Prameya-News7 Bureau | July 25, 2019 IST

କାମାକ୍ଷାନଗର ୨୫|୭: ଢେଙ୍କାନାଳ ଜିଲ୍ଲା ୫୩ ନଂ ଜାତୀୟ ରାଜପଥର ଶ୍ୟାମଳ ଛକ ନିକଟରେ ଭାଲୁ ଆକ୍ରମଣରେ ଜଣେ ବସ୍ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ କାମାକ୍ଷାନଗର ଅଳତୁମ ଗ୍ରାମର ମୀନକେତନ ସାହୁ । ଭୋର ୫ଟା ସମୟରେ ଶ୍ୟାମଳ ଛକ ନିକଟରେ କିଛି ସମୟ ପାଇଁ ଗାଡି ଅଟକି ଥିଲା  ସେହି ସମୟରେ ଶୌଚ ପାଇଁ ଯାଉଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ସେ ଡାଇନା ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ରେ କଲିକତାରୁ ନିଜ ଘରକୁ ଫେରୁଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.