ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ

Published By : Prameya-News7 Bureau | April 15, 2021 IST

ଜୟପୁର ୧୫।୪: ମହଙ୍ଗା ପଡିଲା ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇବା । ଅଭିଯୋଗ ପରେ ଜୟପୁର ଟାଉନ ପୋଲିସ ଦ୍ବାରା ଘରୋଇ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ ।

{"id":438657,"width":840,"height":473,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦରୁ କୋଲକାତା ନେବା ବଦଳରେ ପ୍ରବାସୀ ଶ୍ରମିକଙ୍କୁ ଜୟପୁରରେ ଓହ୍ଲାଇ ଦେଲା ଘରୋଇ ବସ୍ । ଆଉ ଏ ନେଇ ୧୮ ଯାତ୍ରୀ ଟାଉନ୍ ପୋଲିସର ଦ୍ବାରସ୍ଥ ହେବା ପରେ। ପୋଲିସ ଆରମ୍ଭ କରିଛି କାର୍ଯ୍ୟାନୁଷ୍ଠାନ। ଆଉ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଶେଷରେ ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇବାକୁ ରାଜି ହୋଇଛନ୍ତି ଘରୋଇ ବସ୍ ମାଲିକ କର୍ତ୍ତୃପକ୍ଷ । ହାଇଦ୍ରାବାଦରୁ କୋଲକାତା ପଠାଇବା ପାଇଁ ପ୍ରତି ଯାତ୍ରୀ ପିଛା ବସ୍ କର୍ତ୍ତୃପକ୍ଷ ୨୫୦୦ ଟଙ୍କା ଲେଖାଏଁ ଟିକଟ ବାବଦକୁ ନେଇଥିଲେ ବି ଏମାନଙ୍କ ଜୟପୁରରେ ଓହ୍ଲାଇ ଦେଇଥିଲା ଏହି ଘରୋଇ ବସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.