ଟ୍ରକକୁ ପଛରୁ ପିଟିଲା ବସ୍ : ୧୫ ତୀର୍ଥଯାତ୍ରୀ ଆହତ, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ

Published By : Prameya-News7 Bureau | May 27, 2019 IST

ସୋର ୨୭/୫ : ୧୬ ନଂ ଜାତୀୟ ରାଜପଥରେ ବସ ଓଲଟି ୧୫ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪୫ ଯାତ୍ରୀ । ବାଲେଶ୍ୱର ଜିଲ୍ଲା ସୋର ଥାନା ଦହିସଡା ଛଅପୋଲିଆ ଠାରେ ଗୁଜୁରାଟ ସୁନ୍ଦରନଗରରୁ ତୀର୍ଥଯାତ୍ରୀ ପୁରୀରୁ ପଶ୍ଚିମବଙ୍ଗ ଗଙ୍ଗାସାଗର ଯାଉଥିବା ପ୍ରଧାନ ଏଣ୍ଡ୍ ପ୍ରଧାନ ବସ ଛଅପୋଲିଆ ଠାରେ ରାଜପଥ କଡରେ ପୂର୍ବରୁ ଦୁର୍ଘଟଣା ହୋଇ ଛିଡା ହୋଇଥିବା ଗ୍ଯାସ ବୋଝେି ଟ୍ରକକୁ ଧକ୍କା ଦେଇଥିଲା ।

{"id":116359}

ଫଳରେ ବସରେ ଥିବା ୬୦ ଯାତ୍ରୀଙ୍କ ମଧ୍ଯରୁ ୧୫ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୫ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଖବରପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଆହତମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ପଠାଇଥିଲା । ପରେ ତୀର୍ଥଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇ ଥିଲା ।

{"id":116360}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.