ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସୱେରେ ଟ୍ରକକୁ ଧକ୍କା ଦେଲା ବସ: ୭ ମୃତ, ୨୦ ଗୁରୁତର

Published By : Prameya-News7 Bureau | April 21, 2019 IST

ଆଗ୍ରା ୨୧/୪ : ଆଜି ସକାଳୁ ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଭୟଙ୍କର ଦୁର୍ଘଟଣା ହୋଇଛି | ଦିଲ୍ଲୀରୁ ବାରଣାସୀ ଯାଉଥିବା ଏକ ଘରୋଇ ବସ ଏକ ଟ୍ରକ ସହ ଧକ୍କା ହୋଇଥିଲା | ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଗୁରୁତର ଆହତ ଅଛନ୍ତି | ଆହତଙ୍କୁ ସେଫଇ ପିଜିଆଇରେ ଭର୍ତ୍ତି କରାଯାଇଛି | ଦୁର୍ଘଟଣା ମେନପୁରୀ ଜିଲ୍ଲା କାରହଲା ଅନ୍ତର୍ଗତ ଏକ୍ସପ୍ରେସ ୱେର ୮୭ ନମ୍ବର ମାଇଲଷ୍ଟୋନ ନିକଟରେ ହୋଇଛି | ଟ୍ରକଟି ଦ୍ରୁତ ଗତିରେ ଯାଉଥିଲା | ଦୁର୍ଘଟଣାରେ ବସ ସମ୍ପୂର୍ଣ ନଷ୍ଟ ହୋଇଯାଇଛି | ସ୍ଥାନୀୟ ଲୋକେ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ | ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ |


ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଜଣଙ୍କ ମଧ୍ୟରୁ କିଛି ବିଦେଶୀ ପର୍ଯ୍ୟଟକ ମଧ୍ୟ ଥିଲେ | ବସ ଡ୍ରାଇଭରର ଆଖି ଲାଗିଯାଇଥିବା ହେତୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.