Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ରାଉରକେଲାରେ ସ୍କୁଲ ପିଲାଙ୍କ ଉପରେ ମାଡ଼ିଗଲା ଯାତ୍ରୀବାହୀ ବସ; ୨ ଛାତ୍ର ସହ ଜଣେ ଅଭିଭାବକଗୁରୁତର

7/09/2018 at 1:03 PM

ରାଉରକେଲା ୭|୯:ରାଉରକେଲା ବନ୍ଦୋମୁଣ୍ଡା କୋଇଲା ଛକରେ ଆଜି ଏକ ବଡ ଦୁର୍ଘଟଣା ଘଟିଛି। ସ୍କୁଲ ଭେନ୍‌ରେ ଛାଡିବା ପାଇଁ ଜଣେ ମା ଦୁଇ ଛୁଆଙ୍କୁ ଧରି ରାସ୍ତାକଡେ ଛିଡା ହୋଇଥିବାବେଳେ ଏକ ଦ୍ରୁତଗାମୀ ବସ ସେମାନଙ୍କ ଉପରେ ମାଡିଯାଇଛି । ଫଳରେ ମା ଓ ଦୁଇ ଛୁଆ ଗୁରୁତର ହୋଇ ଆଇଜିଏଚ୍‌ରେ ଚିକିତ୍ସିତ ହେଉଛନ୍ତି। ଆହତ ମା ହେଲେ ପୂଜା ପ୍ରଜାପତି ଏବଂ ତାଙ୍କ ଦୁଇ ଛୁଆ ହେଲେ ୫ ବର୍ଷ ବୟସ୍କ ଆର୍ୟାନ ପ୍ରଜାପତି ଓ ୩ ବର୍ଷ ବୟସ୍କ ଅନୁରାଗ ପ୍ରଜାପତି । ଯାତ୍ରୀବାହୀ ଏଇ ମିନି ବସଟି ବିଶ୍ରାରୁ ରାଉରକେଲା ଆଡକୁ ଆସୁଥିଲା ।  ଏହି ଘଟଣାପରେ ସ୍ଥାନୀୟ ଲୋକେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବୋରୋଧ କରିଥିଲେ । ଘଟଣାସ୍ଥଳରେ ରାଉରକେଲା ଏସପି ଓ ତହସିଲଦାର ପହଂଚିଥିଲେ । ଆହାତଙ୍କ ସମସ୍ତଖର୍ଚ୍ଚ ସରକାର ବହନ କରିବେ ବୋଲି ତହସିଲଦାର ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା । ତେବେ ଏହି ରାସ୍ତାରେ ସର୍ବଦା ଗାଡିମଟର ଦ୍ରୁତ ଗତିରେ ଯାତାୟତ କରୁଥିବାରୁ ଏଥିରେ କଟକଣା ଲଗାଇବା ପାଇଁ ମଧ୍ୟ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

   Related Posts