ବିଜୁଳି ତାର ସଂସ୍ପର୍ଶରେ ଆସି ଜଳିଗଲା ବସ୍‌: ୩ ମୃତ, ୬ ଗୁରୁତର

Published By : Prameya-News7 Bureau | November 27, 2020 IST

ଜୟପୁର ୨୭/୧୧: ରାଜସ୍ଥାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଶୁକ୍ରବାର ଜୟପୁରର ଚାନ୍ଦବାଜୀ ଥାନା ଅଞ୍ଚଳରେ ଦିଲ୍ଲୀରୁ ଜୟପୁର ଆସୁଥିବା ଏକ ଭିଡିଓ କୋଚ୍‌ ବସ୍‌ ବିଜୁଳି ତାର ସସ୍ପର୍ଶରେ ଆସିଥିଲା। ବିଜୁଳୀ ତାର ଲାଗିଯିବାରୁ ବସରେ‌ ନିଆଁ ଲାଗିଯାଇଥିଲା। ଏଭଳି ଘଟଣାରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଜୟପୁର-ଦିଲ୍ଲୀ ଜାତୀୟ ରାଜପଥରେ ଲବାନା ଗାଁ ପାଖରେ ଏକ ଟ୍ରକ୍‌ ଓଲଟି ପଡ଼ିଥିବାରୂ ରାସ୍ତା ଜାମ ଥିଲା। ତେବେ ବସ୍‌ ଡ୍ରାଇଭର ବସ୍‌କୁ  ଭୁଲ ରାସ୍ତା ଦେଇ ଫେରାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବସଟି ବିଜୁଳି ତାର ସଂସ୍ପର୍ଶରେ ଆସିଥିଲା।

ତେବେ ବସ୍‌ରେ ନିଆଁ ଲାଗିଯିବାରୁ ଭଗବାନ ସିଂହ, ନୁର ମହମ୍ମଦ ଓ ଶୁଭନାଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୬ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟମାନଙ୍କୁ  ସୁରକ୍ଷିତ ଉଦ୍ଧାର କରାଯାଇଥିବା ଥାନାଧିକାରୀ  ଅନୀତା ମୀନା ସୂଚନା ଦେଇଛନ୍ତି। ବସ୍‌ଟି ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ମାମଲାରେ ପୋଲିସ ଯାଞ୍ଚ କରୁଥିବା ନେଇ ଅନୀତା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.