CAA ବିରୋଧ: ୟୁପିରେ ବସ୍ ପୋଡିଦେଲେ ବିକ୍ଷୋଭକାରୀ, ଲକ୍ଷ୍ନୌରେ ରେଳରୋକ, ଦିଲ୍ଲୀରେ ଅଟକିଲା ଉଡାଣ

Published By : Prameya-News7 Bureau | December 19, 2019 IST

ନୂଆଦିଲ୍ଲୀ ୧୯।୧୨: ଉତ୍ତର ଭାରତରେ  ନାଗରିକ (ସଂଶୋଧନ) ଆଇନ (ସିଏଏ) ବିରୋଧ ଗୁରୁବାର ମଧ୍ୟ ଜାରି ରହିଛି। ବିକ୍ଷୋଭ ବେଳେ ଦିଲ୍ଲୀରେ ଯୋଗେନ୍ଦ୍ର ଯାଦବ, ଉମର ଖାଲିଦ, ସନ୍ଦୀପ ଦିକ୍ଷୀତ, ସୀତାରାମ ୟେଚୁରୀଙ୍କ ସମେତ ଶତାଧିକ ରାଜନେତାଙ୍କୁ ଗିରଫ କରାଯାଇଛି।   ଉତ୍ତରପ୍ରଦେଶ ଲକ୍ଷ୍ନୌ ହଜରତ ଗଞ୍ଜ ଅଞ୍ଚଳରେ ବିକ୍ଷୋଭକାରୀଙ୍କ ସହ ପୋଲିର ସଂଘର୍ଷ ଘଟିଛି। ଫଳରେ ଉତ୍ତେଜିତ ଲୋକ ଏକ ଗଣମାଧ୍ୟମର ଓବି ଭ୍ୟାନରେ ନିଆଁ ଲଗାଇଦେଇଛନ୍ତି। ସେହିପରି ସୀତାପୁର ରୋଡସ୍ଥିତ ପୋଲିସ ଫାଣ୍ଡିକୁ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଛନ୍ତି।

{"id":199793,"sizeSlug":"large"}

ହସନଗଞ୍ଜରେ ମଧ୍ୟ ବିକ୍ଷୋଭକାରୀ ବ୍ୟାପକ ଭଙ୍ଗାରୁଜା କରିବା ସହ ରାସ୍ତାରେ ଚଳାଚଳ କରୁଥିବା ଯାନବାହନରେ ନିଆଁ ଲଗାଇଥିବାର ଅଭିଯୋଗ ମିଳିଛି। ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାରେ ଉପଦ୍ରବକାରୀ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲଗାଇଦେଇଛନ୍ତି। ତେବେ ରାଜଧାନୀ ଦିଲ୍ଲୀରେ ରାଜୀବ ଚୌକ ସମେତ ୨୦ଟି ମେଟ୍ରୋ ଷ୍ଟେସନ ବନ୍ଦ ରହିଛି। ଫଳରେ ମେଟ୍ରୋଟ୍ରେନରେ ଯାତାୟତ କରୁଥିବା ଯାତ୍ରୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି।  

{"id":199794,"sizeSlug":"large"}

ତେବେ ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସ୍ ୱେରେ ପୋଲିସର ଯାଞ୍ଚ ଯୋଗୁ ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜିଥିବା ଜଣାପଡିଛି। ରାଜଧାନୀକୁ ପ୍ରବେଶ କରୁଥିବା ଯାନବାହନ ଯାଞ୍ଚ କରି ପୋଲିସ ଛାଡିବା ଯୋଗୁ ଯାଞ୍ଚରେ ବିଳମ୍ବ ହେଉଥିବା ବେଳେ ରାଜମାର୍ଗରେ ଟ୍ରାଫିକ ଜାମ ହୋଇଯାଇଛି। ଫଳରେ ଜାତୀୟ ରାଜମାର୍ଗ ୮ଗୁରୁଗ୍ରାମ ରୋଡରେ ଟ୍ରାଫିକ ସମସ୍ୟା ଉପୁଜିଛି। ଏଣୁ ବିମାନ କର୍ମଚାରୀମାନେ ନିୟମିତ ସମୟରେ ବିମାନ ବନ୍ଦର ନ ପହଞ୍ଚିପାରିବା କାରଣରୁ ଇଣ୍ଡିଗୋ ଏୟାରଲାଇନ୍ସର ୧୬ଟି ଉଡାଣ ବିଳମ୍ବିତ ହୋଇଥିବା ବେଳେ ୧୯ଟି ଉଡାଣ ରଦ୍ଦ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.