ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍

Published By : Prameya-News7 Bureau | November 26, 2020 IST

କଟକ ୨୬।୧୧: ବସ୍‌ରେ ଲାଗିଲା ନିଆଁ । କଟକ ପାଲାମଣ୍ଡପ ସ୍ଥିତ ପୁରୀ ବସ୍‌ଷ୍ଟାଣ୍ଡରେ ବସ୍‌ରେ ନିଆଁ ଲାଗିଛି । ହଠାତ୍ ହୁତୁ ହୁତୁ ହୋଇ ଜଳି ଉଠିଲା ବସ୍ । ଚାହୁଁ ଚାହୁଁ କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍ । ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ କର୍ମଚାରୀ ।

{"id":367856,"sizeSlug":"large"}

ସୂଚନାଯୋଗ୍ୟ ଯେ, କଟକରେ ଥିବା ପୁରୀ ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିବା ସମୟରେ ବସ୍‌ରେ ଅଗ୍ନିକାଣ୍ଡ ହୋଇଛି । 'ଶ୍ରୀମନ୍ଦିର' ନାମକ ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ହଠାତ୍ ସେଥିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଯୋଗୁଁ କେଇ ମିନିଟ୍ ଭିତରେ ସମ୍ପୂର୍ଣ୍ଣ ବସ୍‌ଟି ଜଳିଯାଇଛି ।

{"id":367857,"sizeSlug":"large"}

ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ନିକଟରେ ଅନ୍ୟ ବସ୍‌ଗୁଡିକ ରହିଥିବା ବେଳେ ସେଗୁଡିକର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.