Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ବସ୍‌କୁ ୬ଲକ୍ଷ ଟଙ୍କାର ଫାଇନ୍, ଟ୍ରାଫିକ୍ ନିୟମ ଉଲଂଘନ କରି ଗଣିଲେ ମୋଟା ଅଙ୍କର ତଣ୍ଡ

5/03/2020 at 12:09 PM

ବୌଦ୍ଧ ୫।୩: ରାଜ୍ୟରେ ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ ପୁଣି ଥରେ କଡା କଡି କରାଯାଇଛି । ଏହି ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଟ୍ରାଫିକ୍ ଚେକିଂକୁ ମଧ୍ୟ ଜୋରଦାର କରାଯାଇଛି । ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯାଉଛି ।

ବୌଦ୍ଧ ଜିଲ୍ଲାରେ ଟ୍ରାଫିକ ନିୟମ କଡାକଡି ହେବା ପରେ ଗୁରୁବାର ଏକ ବସକୁ ୬ ଲକ୍ଷ ୭୨ ହଜାର ଟଙ୍କାର ଫାଇନ୍ ଲାଗିଛି । ଟ୍ରାଫିକ ନିୟମ ଉଲଂଘନ ଅଭିଯୋଗରେ ‘ମୀନାର’ ନାମକ ଏକ ଘରୋଇ ବସରୁ ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଚାଲାଣ କାଟିଛନ୍ତି ବୌଦ୍ଧ ଜିଲ୍ଲା ଆରଟିଓ । ଏହି ବସଟି ଭୁବନେଶ୍ୱରରୁ ବୌଦ୍ଧ ଯାତାୟତ କରୁଥିଲା । ତେବେ ଆରଟିଓଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ‘ମୀନାର’ ବସ୍ ୫ଟି ଟ୍ରାଫିକ ନିୟମ ଉଲଂଘନ କରିଛି । ବସ୍ ଟି ବିନା ରେଜିଷ୍ଟ୍ରସନରେ ଚାଲୁଥିଲା । ଏଥିପାଇଁ ୫ହଜାର ଟଙ୍କାର ଚାଲାଣ କଟିଛି  । ବସ୍ ର ରୁଟ୍ ପରମିଟ୍ ନଥିବାରୁ ୧୦ହଜାର ଟଙ୍କା ଫାଇନ୍ ଲାଗିଛି । ବସ୍ ର ଇନସ୍ୟୁରାନ୍ସ ନଥିବାରୁ ୨ହଜାର ଟଙ୍କାର ଫାଇନ୍ ଲାଗିଛି । ୨୦୧୮ ମସିହାରୁ ୨୦୨୦ ମସିହା ମଧ୍ୟରେ ବସର ଟ୍ୟାକ୍ସ ଫାଇନ-୬ ଲକ୍ଷ ୫୪ ହଜାର ୯୪୫ ଟଙ୍କା ଲାଗିଛି । ଏପରି ଭାବରେ ବସର ସମୁଦାୟ ଫାଇନ ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କା ହୋଇଛି । ଚଳିତ ମାସ ୧ ତାରିଖରୁ ଟ୍ରାଫିକ ନିୟମ କଡାକଡି ହୋଇଥିବା ବେଳେ ବୌଦ୍ଧ ଆରଟିଓ ଆକ୍ଟିଭ ମୋଡରେ ଅଛନ୍ତି ।

ଟ୍ରାଫିକ୍ ନିୟମ ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସେହିପରି ଟ୍ରିପଲ ଡ୍ରାଇଭିଂ, ବିନା ହେଲମେଟ, ସିଟ୍ ବେଲ୍ଟ ନ ବାନ୍ଧିବା, ଦ୍ରୁତ ଗତିରେ ଗାଡି ଚାଳନା, ବିନା ବୀମା ଓ ଗାଡି କାଗଜପତ୍ର ନ ଥିବା ଗାଡି ଚାଳକଙ୍କଠାରୁ ଜରିମନା ଆଦାୟ କରାଯାଉଛି ।

ସୂଚନାଯୋଗ୍ୟ ଯେ, ସରକାର ଦେଇଥିବା ୬ମାସ ଟ୍ରାଫିକ୍ ନିୟମ କୋହଳ ଅବଧି ଶେଷ ହୋଇଯାଇଛି । ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍, ଫିଟନେସ୍, ପରମିଟ୍ ଭଳି କାଗଜପତ୍ର ତିଆରି କରିବା ଲାଗି କଣ୍ଟ ମାର୍ଚ୍ଚ ପହିଲାରୁ ଶେଷ ହୋଇଛି । ଯେଉଁ ଗାଡ଼ି ଚାଳକ ନିୟମ ଉଲ୍ଲଂଘନ କରୁଛନ୍ତି କିମ୍ବା ଆବଶ୍ୟକ କାଗଜପତ୍ର ରଖି ନ ଥିବେ, ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଗତ ସେପ୍ଟେମ୍ବର ପହିଲାରେ ଦେଶରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହୋଇଥିଲା।

   Related Posts