ବସ୍କୁ ୧୩ଲକ୍ଷ ୫୦ହଜାର ଫାଇନ୍ କଲେ ବାଲେଶ୍ବର RTO, ପୈଠ କରିନଥିଲେ ଟ୍ୟାକ୍ସ
7/03/2020 at 10:44 AM

ବାଲେଶ୍ବର ୭।୩: ରାଜ୍ୟରେ ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ ପୁଣି ଥରେ କଡା କଡି କରାଯାଇଛି । ଏହି ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଟ୍ରାଫିକ୍ ଚେକିଂକୁ ମଧ୍ୟ ଜୋରଦାର କରାଯାଇଛି । ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯାଉଛି ।
ଶନିବାର ବାଲେଶ୍ବରରେ ବସ୍ କୁ ୧୩ଲକ୍ଷ ୫୦ ହଜାର ଟଙ୍କାର ଫାଇନ୍ ହୋଇଛି । ବସ୍ କୁ ଫାଇନ୍ କରିଛନ୍ତି ବାଲେଶ୍ବର ଆରଟିଓ । ୧୩ଲକ୍ଷ ୫୦ ହଜାର ଟଙ୍କା ଟ୍ୟାକ୍ସ ବାକି ରଖିଥିଲେ ବସ୍ ମାଲିକ । ଭୁବନେଶ୍ବରରୁ ବାଲେଶ୍ବର ଆସୁଥିଲା ବସ୍ ।
ସୂଚନାଯୋଗ୍ୟ ଯେ, ସରକାର ଦେଇଥିବା ୬ମାସ ଟ୍ରାଫିକ୍ ନିୟମ କୋହଳ ଅବଧି ଶେଷ ହୋଇଯାଇଛି । ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍, ଫିଟନେସ୍, ପରମିଟ୍ ଭଳି କାଗଜପତ୍ର ତିଆରି କରିବା ଲାଗି କଣ୍ଟ ମାର୍ଚ୍ଚ ପହିଲାରୁ ଶେଷ ହୋଇଛି । ଯେଉଁ ଗାଡ଼ି ଚାଳକ ନିୟମ ଉଲ୍ଲଂଘନ କରୁଛନ୍ତି କିମ୍ବା ଆବଶ୍ୟକ କାଗଜପତ୍ର ରଖି ନ ଥିବେ, ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଗତ ସେପ୍ଟେମ୍ବର ପହିଲାରେ ଦେଶରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହୋଇଥିଲା।