Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ନଦୀକୁ ଖସିଲା ବସ୍ : ଡ୍ରାଇଭର ସମେତ ୬ ମୃତ, ୨୧ ଗୁରୁତର

30/09/2021 at 10:45 AM

ଶିଲଂ, ୩୦।୦୯ :  ନଦୀରେ ଖସିଲା ବସ୍ । ୬ ଯାତ୍ରୀ ପ୍ରାଣ ହରାଇବା ସହ ୨୧ ଜଣ ଗୁରୁତର ହୋଇଛନ୍ତି । ଏନେଇ ମେଘାଳୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁସାରେ. ବସଟି ଯାତ୍ରୀଙ୍କୁ ନେଇ ତୁରାରୁ ଶିଲଂ ଅଭିମୁଖେ ଯାଉଥିଲା । ତେବେ ନୋଙ୍ଗଚରମରେ ରିଙ୍ଗଡି ନଦୀ ପାର୍ ବେଳେ ଏହା ନିୟନ୍ତ୍ରଣ ହରାଇ ନଦୀକୁ ଖସି ପଡିଥିଲା । ବୁଧବାର ବିଳମ୍ବିତ ରାତ୍ର ପ୍ରାୟ ୧୨ଟା ବେଳେ ଏହି ଅଘଟଣ ଘଟିଛି ।

ଏଥିରେ ୬ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୨୧ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ମୃତଦେହକୁ ଶୀଘ୍ର ଉଦ୍ଧାର କରାଯିବ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି । ସ୍ଥାନୀୟ ଲେକେ ଓ  ପୋଲିସ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛନ୍ତି । ଯେଉଁ ବ୍ରିଜରେ ଦୁର୍ଘଟଣା ଘଟିଛି ତାହା ଇଷ୍ଟ୍ ଗାରୋ ହିଲ୍ସ ଓ ଓ୍ୱେଷ୍ଟ୍ ଖାସି ହିଲ୍ସକୁ ସଂଯୋଗ କରିଥାଏ ।

ଉଦ୍ଧାର ହୋଇଥିବା କିଛି ଯାତ୍ରୀ କହିଛନ୍ତି ଯେ, ବସଟି ଦ୍ରୁତ ଗତିରେ ଯାଉଥିଲା । ତେଣୁ ବ୍ରିଜ ଉପରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ତେବେ ମୃତକଙ୍କ ମଧ୍ୟରେ ଡ୍ରାଇଭର ମଧ୍ୟ ଥିବା ଜଣାପଡିଛି ।

   Related Posts