ବଢିଲା ବସ୍ ଭଡା : ସାଧାରଣ-ଏକ୍ସପ୍ରେସ୍ ୩ ପଇସା, ଡିଲକ୍ସ-ଏସି ଡିଲକ୍ସ ୬ ପଇସା ବୃଦ୍ଧି

Published By : Prameya-News7 Bureau | June 16, 2020 IST

ଭୁବନେଶ୍ବର ୧୬।୬: ବଢିଲା ବସ୍ ଭଡା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ଆଜିଠାରୁ ବସ୍ ଭଡା ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି ।

ବର୍ଦ୍ଧିତ ଭଡା ଅନୁଯାୟୀ ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡା କିଲୋମିଟର ପିଛା ୩ ପଇସା ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୬ ପଇସା ବୃଦ୍ଧି କରାଯାଇଛି ।  

ପୂର୍ବରୁ ସାଧାରଣ ବସ୍ ଭଡା କିଲୋମିଟର ପିଛା ୬୭ ପଇସା ଥିଲା ଯାହା ଏଣିକି ୭୦ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍‌ ଭଡା କିଲୋମିଟର ପିଛା ୭୦ ପଇସାରୁ ୭୩ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଡିଲକ୍ସ ବସ୍‌ ପୂର୍ବରୁ କିଲୋମିଟର ପିଛା ୯୫ ପଇସା ଥିଲା । ଯାହା ଏବେ ଠାରୁ ୧ଟଙ୍କା ୧ ପଇସା ହେବ ଏବଂ ଏସି ଡିଲକ୍ସ ବସ୍‌ର ଭଡା କିଲୋମିଟର ପିଛା ୧ ଟଙ୍କା ୧୭ ପଇସାରୁ ୧ ଟଙ୍କା ୨୩ ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.