ତେଲ ଦରର ସିଧା ପ୍ରଭାବ, ପୁଣି ବଢିଲା ବସ୍ ଭଡା : ବିଭିନ୍ନ ବସ୍‌ରେ ୨ରୁ୪ ପଇସା ବୃଦ୍ଧି

Published By : Prameya-News7 Bureau | July 01, 2020 IST

ଭୁବନେଶ୍ୱର ୦୧।୦୭: ପୁଣି ବଢିଲା ବସ୍‌ ଭଡା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି । ଖାସ୍‌ କରି ଗତ କିଛି ଦିନ ହେଲା ଯେପରି ଡିଜେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଥିଲା । ଯାହାଫଳରେ କି ଏବେ ଡିଜେଲ୍‌ର ଦର ବୃଦ୍ଧି ଏବେ ସାଧାରଣଲୋକଙ୍କ ଉପରେ ପଡିବ ।

ବର୍ଦ୍ଧିତ ଭଡା ଅନୁଯାୟୀ , ଏବେ ବସ୍ ଭଡା ୨ରୁ ୪ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ସାଧାରଣ ବସ୍ ଭଡା ୭୦ ପଇସାରୁ ୭୨ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଏକ୍ସପ୍ରେସ୍ ବସ୍‌ର  ଭଡା  ୭୩ ରୁ ୭୫ ପଇସାକୁ ବୃଦ୍ଧି କରାଯାଇଛି । ସେପଟେ  ଡିଲକ୍ସ ବସ୍‌ ଭଡା ମଧ୍ୟ ବୃଦ୍ଧି କରାଯାଇଛି । ଡିଲକ୍ସ ବସ୍‌ ଭଡା ୧ ଟଙ୍କା ୧ ପଇସାରୁ ୧ ଟଙ୍କା ୫ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ  ଏସି ଡିଲକ୍ସ ବସ୍‌ ଭଡା ୧ ଟଙ୍କା ୨୩ ପଇସାରୁ ୧ ଟଙ୍କା ୨୭ ପଇସାକୁ ବୃଦ୍ଧି କରାଯାଇଛି । ଏନେଇ  ଘରୋଇ ବସ୍ ମାଲିକ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.