ବଢିଲା ବସ୍‌ ଭଡ଼ା, ସାଧାରଣ ବସ୍ କିମି ପିଛା ୮୯ରୁ ୯୨ ପଇସାକୁ ବୃଦ୍ଧି

Published By : Prameya-News7 Bureau | October 16, 2021 IST

କଟକ ୧୬।୧୦: ରାଜ୍ୟରେ ପୁଣି ବଢିଲା ବସ୍‌ ଭଡ଼ା । ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି ।

ବର୍ଦ୍ଧିତ ଭଡା ଅନୁଯାୟୀ , ସାଧାରଣ ବସ୍‌ ଭଡା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି  କରାଯାଇଥିବା ବେଳେ ଏକ୍ସପ୍ରେସ ଭଡା ୯୩ ପଇସାରୁ ୯୬ ପଇସାକୁ ବୃଦ୍ଧି ପାଇଛି । ସେହିଭଳି ଡିଲକ୍ସ ଭଡା ୧.୨୯ ପଇସାରୁ ୧.୩୫ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ଭଡା ୧.୫୭ ପଇସାରୁ ୧.୬୩କୁ ବୃଦ୍ଧି ପାଇଥିବା ବେଳେ ସୁପର ପ୍ରିମିୟମ୍ ଭଡା ୨.୪୪ ପଇସାରୁ ୨.୫୩ ପଇସାକୁ ବୃଦ୍ଧି ପାଇଛି । ତେବେ ଗତ କିଛି ଦିନ ହେଲା ଯେପରି ଡିଜେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଥିଲା । ତେଣୁ ବସ୍ ଭଡା ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଥିଲା। ଏବେ ବର୍ଦ୍ଦିତ ବସ୍ ଭଡା ସାଧାରଣଲୋକଙ୍କ ଉପରେ ପ୍ରଭାବ ପକାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.