Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ବ୍ରିଜ୍‌ରୁ ୪୦ ଫୁଟ୍‌ ତଳକୁ ଖସିଲା ପିକ୍‌ନିକ୍‌ ବସ୍‌, ଗୋଟିଏ ପରିବାରର ୫ ମୃତ, ୮ ଗୁରୁତର

14/11/2020 at 8:03 PM

ମୁମ୍ବାଇ ୧୪/୧୧: ବ୍ରିଜ୍‌ରୁ ଶୁଖିଲା ନଦୀକୁ ଖସିପଡ଼ିଲା ପିକ୍‌ନିକ୍‌ ବସ୍ ‌। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମହାରାଷ୍ଟ୍ରର ସତରା ଜିଲ୍ଲାରେ ଘଟିଛି।

ବସଟି ମହାରାଷ୍ଟ୍ରରୁ ଗୋଆ ଅଭିମୁଖେ ଯାତ୍ରା କରୁଥିଲା। ମୃତ ଓ ଆହତ ବ୍ୟକ୍ତିଙ୍କ ଘର ନାଭି ମୁମ୍ବାଇର ବାସୀରେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଶନିବାର ଅପରାହ୍ନ ୪.୩୦-୪.୪୫ ସମୟରେ ଦ୍ରୁତ ଗତିରେ ଯାଉଥିବା ବସ୍‌ ଉପରୁ ନିୟନ୍ତ୍ରଣ ହରାଇଥିଲେ ବସ୍‌ ଡ୍ରାଇଭର ରିଙ୍କୁ ସାହୁ। ପୁନେ-ବେଙ୍ଗାଲୁରୁ ଜାତୀୟ ରାଜପଥ ଉପରେ ବସ୍‌ଟି ଦ୍ରୁତ ଗତିରେ ମାଡ଼ି ଚାଲିଥିବା ବେ​‌ଳେ ଉମ୍‌ବ୍ରାଜ୍‌ ଠାରେ ବ୍ରିଜ୍‌ରୁ ୪୦ ଫୁଟ୍‌ ତଳକୁ ଖସିପଡ଼ିଥିଲା ବୋଲି ସେ କହିଛନ୍ତି।

ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲ ପଠାଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତିମାନେ ହେଲେ- ଉଷା ନାଏର(୪୦), ମଧୁସୂଦନ ନାଏର (୪୨), ଆଦିତ୍ୟ ନାଏର(୨୩), ସାଜନ ନାଏର(୩୫) ଓ ଆରବ ନାଏର (୩)। ତେବେ ଅନ୍ୟ ଆହତଙ୍କ ଚିକିତ୍ସା ଚାଲିଥିବା ବେଳେ ଡ୍ରାଇଭର ବିରୋଧରେ ବିଭିନ୍ନ ମାମଲା ରୁଜୁ କରିଛି ପୋଲିସ।  

   Related Posts