୫୦ ଫୁଟ୍‌ ଖାଇକୁ ଖସିଲା ବସ୍‌, ଜଣେ ମୃତ, ୧୫ ଆହତ

Published By : Prameya-News7 Bureau | December 31, 2020 IST

ରତ୍ନଗିରି ୩୧/୧୨: ୫୦ ଫୁଟ୍‌ ଖାଇକୁ ଖସିଲା ବସ୍‌।ଗୁରୁବାର ବିଳମ୍ବିତ ରାତିରେ ଘଟିଥିବା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫ ଜଣ ଆହତ ହେଇଛନ୍ତି। ଚିନ୍ତାମଣି ଟ୍ରାଭଲ୍ସେର ଏହି ବସ୍‌ କନକଭଳି ଅଭିମୁଖେ ଯାଉଥିବା ବେଳେ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲା ଖସେଡି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଥିଲା। ଏଥିରେ ୩୧ ଜଣ ଯାତ୍ରା କରୁଥିଲେ।

ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ବସ୍‌ରେ ଥିବା ୩୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ପୋଲିସ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକ ହସ୍ପିଟାଲ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.