ଭାରସାମ୍ୟ ହରାଇ ନାଳକୁ ଓଲଟିଲା ଯାତ୍ରୀବାହୀ ବସ୍
18/06/2018 at 4:38 AM

ଭାରସାମ୍ୟ ହରାଇ ନାଳକୁ ଓଲଟିଲା ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ଜାତୀୟ ରାଜପଥ-୧୬ ବଡପଡା ଛକ ନିକଟରେ ଘଟିଛି ଦୁର୍ଘଟଣା । ପଶ୍ଚିମବଙ୍ଗରୁ ଧାମନଗର ଆସୁଥିଲା ବସ୍ । ବସ୍ ରେ ୧୦୦ରୁ ଅଧିକ ଯାତ୍ରୀ ଥିଲେ । ବଡପଡା ଛକ ନିକଟରେ ବସଟି ଭାରସାମ୍ୟ ହରାଇ ନାଳକୁ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଟିଲଲୋ ହାୱଡା ଅଞ୍ଚଳର ନାସରିମ୍ ବେଗମ୍ । ଆହତଙ୍କୁ ସେ।ର ଖନ୍ତାପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।