Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପାହାଡ ତଳକୁ ଖସିଲା ବସ୍, ହେଲ୍‌ପର ଗୁରୁତର : ଯାତ୍ରୀ ଚଢିବା ପୂର୍ବରୁ ଦୁର୍ଘଟଣା

21/01/2021 at 11:31 AM

ସାନଖେମୁଣ୍ଡି ୨୧।୧: ପାହାଡ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବୁରତାଲ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଓଆର୦୫ଡବ୍ଲୁ୨୮୫୬ ନମ୍ବର ବିଶିଷ୍ଟ ‘ବୁରତାଲ ଏକ୍ସପ୍ରେସ’ ନାମକ ବସ୍ ଟି ପାହାଡ଼ରୁ ୧୫ ଫୁଟ ତଳକୁ ଖସିପଡିଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ଗାଡି ପୂଜା କରି ବସ୍ ହେଲପର ଗାଡି ଚଳାଇ ଯାତ୍ରୀଙ୍କୁ ବସାଇବା ପାଇଁ ଯାଉଥିବା ବେଳେ ଅସାବଧାନତା ହେତୁ ପାହାଡ଼ ତଳକୁ ବସଟି ଖସିପଡିଛି । ଫଳରେ ବସ୍ ହେଲପର ରଜନୀକାନ୍ତ ମହାନ୍ତି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ତେବେ ବସରେ କୌଣସି ଯାତ୍ରୀ ଚଢି ନଥିବା ପୂର୍ବରୁ ଦୁର୍ଘଟଣା ଘଟିଛି । ଫଳରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ବସଟି ପାହାଡ ତଳେ ପଡିରହିଛି । ବସଟି ବୁରତାଲରୁ ଜରଡା, ପାତ୍ରପୁର, ଚିକିଟି ଦେଇ ଯାତ୍ରୀଙ୍କୁ ନେଇ ଯାଇଥାନ୍ତା ।

   Related Posts