Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ବସ୍ ସୁବିଧା: ଟ୍ବିଟ୍‌ କରି ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ

30/08/2020 at 3:41 PM

ବ୍ରହ୍ମପୁର୩୦/୮: ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରରେ ସୁବିଧା-ସୁଯୋଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇଛନ୍ତି। ଯେମିତି କୌଣସି ପରୀକ୍ଷାର୍ଥୀ, ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇଛନ୍ତି। ସେମାନଙ୍କ ଯିବା-ଆସିବା ଲାଗି ବସ୍‌ର ବନ୍ଦୋବସ୍ତ କରାଯାଇଛି।

ବ୍ରହ୍ମପୁର ସରକାରୀ ଆଇଟିଆଇ କଲେଜଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ବସ୍‌ର ସୁବିଧା ରହିଛି। ଅଗଷ୍ଟ ୩୧ ତାରିଖ ଦିନ ସାଢେ ୧୨ଟା ସମୟରେ ବସ୍ ଛାଡିବ। ଏହି ସୁବିଧା ପାଇବା ପାଇଁ ଇଚ୍ଛୁକ ପରୀକ୍ଷାର୍ଥୀମାନେ ନୋଡାଲ୍ ଅଫିସରଙ୍କୁ 09438293909  ନମ୍ବରରେ ଯୋଗାଯୋଗ କରିପାରିବେ । ୩୦ ତାରିଖ ରାତି ୮ଟା ସୁଦ୍ଧା ଜଣାଇପାରିବେ। ଟ୍ବିଟ୍‌ କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ  ଏ ସଂପର୍କରେ ସୂଚନା ଦେଇଛନ୍ତି।  

   Related Posts