କାରକୁ ଧକ୍କା ଦେଇ ଖସି ପଳାଉଥିଲା ବସ୍, ଧରିଲା ପୋଲିସ

Published By : Prameya-News7 Bureau | April 04, 2021 IST

ଭଦ୍ରକ ୦୪।୦୪: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଏକ କାରକୁ ଧକ୍କା ଦେଇ ବସ୍ ଖସି ପଳାଇବାକୁ ଚେଷ୍ଟା କରିଛି। କାର ଭିତରେ ଯାତ୍ରୀ ଥିବା ଜାଣିବା ସତ୍ତ୍ୱେ ବସ କର୍ମଚାରୀ ମାନେ ବସ୍‌କୁ ନ  ଅଟକାଇ ଓଲଟା ଫେରାର ମାରିବାକୁ ଉଦ୍ୟମ କରିଥିଲେ।  ପରେ ପୋଲିସ ବସକୁ ରାସ୍ତାରେ ଅଟକାଇଛନ୍ତି।

{"id":433039,"width":830,"height":508,"sizeSlug":"large","linkDestination":"none"}

ସୁଚନା ଅନୁଯାୟୀ ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟରେ ଭୁବନେଶ୍ୱର ଯାଉଥିବା ଏକ ଯାତ୍ରୀବାହୀ ବସ ଏକ କାରକୁ ଧକ୍କା ଦେଇଥିଲା । କାରରେ ଦୁଇ ଜଣ ଯାତ୍ରୀ ଥିବା ବେଳେ ସେମାନେ ବାରିପଦା ଅଞ୍ଚଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ତେବେ କାରକୁ ଧକ୍କା ଦେବା ପରେ ବସଟି ଦ୍ରୁତ ଗତିରେ ପଳାଇଯାଇଥିଲା । ତେବେ କାର ଯାତ୍ରୀ ଦୁଇଜଣ ସୁରକ୍ଷିତ ରହିଛନ୍ତି । ଘଟଣାର ସୂଚାନ ପାଇ ପୋଲିସ ବସଟିକୁ ଏନ ଏଚ ପେଟ୍ରୋଲ ଟିମ ନଳାଙ୍ଗ ନିକଟରେ ଅଟକ ରଖିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.