ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ‘ଭୂତନାଥ’ରେ ଥିଲେ ୨୦ଯାତ୍ରୀ

Published By : Prameya-News7 Bureau | November 28, 2021 IST

ରାଇରଙ୍ଗପୁର ୨୮।୧୧: ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଟୋଲକ ଏମ୍‌ଇ ସ୍କୁଲ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌ । ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ଯାତ୍ରୀ ।

ଖବର ଅନୁଯାୟୀ, ଜାମଦାରୁ ଗୋରୁମହିଷାଣି ନିକଟସ୍ଥ କାହୁତୁକା ଗାଁକୁ ଯାଉଥିଲା ଭୂତନାଥ ନାମକ ଯାତ୍ରୀବାହୀ ବସ୍‌ । ଗୋରୁମହିଷାଣି ଥାନା ଟୋଲକ ଏମ୍‌ଇ ସ୍କୁଲ ନିକଟରେ ବସ୍‌ଟି ଯାନ୍ତ୍ରୀକ ତ୍ରୁଟି ଲାଗି ଡ୍ରାଇଭର ନିୟନ୍ତ୍ରମ ହରାଇଥିଲା । ଯାହାଫଳରେ ବସ୍‌ ରାସ୍ତାକଡ଼କୁ ଓଲଟି ପଡିଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟଲୋକେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ତେବେ ଏହି ଦୁର୍ଘଟଣା ୧୦ଜଣ ଯାତ୍ରୀ ସାମନ୍ୟ ଆହତ ହୋଇଥିବା ବେଳେ ଜଣେ ଯାତ୍ରୀ ଗୁରୁତର ହୋଇଛନ୍ତି । ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.