ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଭୁବନେଶ୍ବରରୁ ମାଲକାନଗିରି ଯାଉଥିଲା ‘ଦିଲଖୁସ୍’

Published By : Prameya-News7 Bureau | January 13, 2021 IST

କଳାହାଣ୍ଡି ୧୩।୦୧: ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌ । କଳାହାଣ୍ଡି-ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣୀ ଘାଟିରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ବସ୍‌ ହେଲପର ଓ ଜଣେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅଳ୍ପେକ ବର୍ତ୍ତିଯାଇଛନ୍ତି ଅନ୍ୟ ସମସ୍ତ ଯାତ୍ରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତରିତ କରିଛି ।

{"id":391464,"sizeSlug":"large","linkDestination":"none"}

ଖବର ଅନୁଯାୟୀ,  କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟି ଉପରେ ଆଜି ଭୋର ସମୟରେ ଦୁର୍ଘଟଣା ଘଟିଛି । ଭୁବନେଶ୍ୱର ରୁ ମାଳକାନଗିରି ଆସୁଥିବା ଦିଲଖୁସ ନାମକ ଏକ ଘରୋଇ ବସ ନଂ OD 02 OS 5097  ଓଲଟି ପଡ଼ିଥିଲା।  ଦୁର୍ଘଟଣା ସଂପର୍କରେ ପୋଲିସ ଖବର ପାଇଥିଲା । ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗାଡ଼ିର ହେଲପର ଓ ଜଣେ ଯାତ୍ରୀ ଗୁରୁତର ଥିବା ଜଣାପଡିଛି। ଆମପାଣି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.