Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଗଭୀର ଖାତକୁ ଖସିପଡିଲା ବସ୍‌ : ୫ମୃତ, ୩୨ ଆହତ

10/03/2020 at 11:03 AM

ଚେହେଲି ୧୦।୦୩ : ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ଥ ହୋଇଛି  । ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ହିମାଚଳ ପ୍ରଦେଶ ଚେହେଲି ନିକଟରେ ଘଟିଛି ଦୁର୍ଘଟଣା ।   

ସୂଚନାଯୋଗ୍ୟ ଯେ, ଚଣ୍ଡିଗଡରୁ ହିମାଚଳ ପ୍ରଦେଶ ଚମ୍ବାକୁ ଏଚ୍‌ଆର୍‌ଟିସିର ଏକ ଯାତ୍ରାବାହୀ ବସ୍‌ ଯାତ୍ରା କରୁଥିଲା । କିନ୍ତୁ ବସ୍‌ଟି ଚେହେଲି ନିକଟରେ ଦୁର୍ଘଟଣାର ଶୀକାର ହୋଇଯାଇଛି । ଦୁର୍ଘଟଣା ଦ୍ବାରା ବସ୍‌ଟି ରାସ୍ତାକଡକୁ ଖସିପଡିଥିଲା । ତେବେ ଦୁର୍ଘଟଣାସ୍ଥଳରେ ଯାତ୍ରୀଙ୍କ ପାଟିଶୁଣି ସ୍ଥାନୀୟଲୋକ ଦୌଡାଦୌଡି ହୋଇ ଆସିଥିଲେ । ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ଦୁର୍ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ମେଡିକାଲରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଥିବା ବେଳେ ଆହତଙ୍କ ସଂଖ୍ୟା ୩୨ହୋଇଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତିଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି ।

   Related Posts