ଡ୍ରାଇଭରଙ୍କ କଣ୍ଟ୍ରୋଲରୁ ବାହାରିଗଲା ଷ୍ଟିୟରିଂ, ଘାଟିରେ ଓଲଟିପଡିଲା ବରଯାତ୍ରୀ ବସ୍ : ୨ ମୃତ
25/02/2021 at 1:22 PM

ରାଉରକେଲା ୨୫।୨: ଘାଟିରେ ଓଲଟିଲା ବରଯାତ୍ରୀ ବସ୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ । ଝାଡଖଣ୍ଡ ମନୋହରପୁର ଟିଙ୍କୁ ଘାଟିରେ ବସ୍ ଟି ଓଲଟିପଡିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଝାଡଖଣ୍ଡ ମନୋହରପୁରକୁ ଯାଇଥିଲେ ବରଯାତ୍ରୀ । ରାଉରକେଲା ବନ୍ଧମୁଣ୍ଡା ଡି.କେବିନ ଅଞ୍ଚଳରୁ ମନୋହରପୁର ଯାଇଥିଲେ ବରଯାତ୍ରୀ ଯାଇଥିଲେ । ତେବେ ଗୁରୁବାର ଦିନ ଫେରିବା ବେଳେ ଟିଙ୍କୁ ଘାଟି ନିକଟରେ ବସ୍ ଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଦୁର୍ଘଟଣା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
Related Posts
ଜନ୍ମଦିନରେ ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହେଲେ ଓଟିଡିସି ଅଧ୍ୟକ୍ଷା
17 April 2021