୨୦ନମ୍ବର ଜାତୀୟ ରାଜପଥରୁ ଖସି ଓଲଟିପଡିଲା ବସ୍ , ଆହତ ଯାତ୍ରୀ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | February 23, 2021 IST

ପାଟଣା ୨୩।୦୨:  ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୧୭ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":413375,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ସତ୍ୟଭାମା ନାମକ ଏକ ବସ୍‌ ବଡବଲିରୁ ଚମ୍ପୁଆ ଅଭିମୁଖେ ଯାଉଥିଲା ।  ବସ୍‌ଟି ୨୦ନମ୍ବର ଜାତୀୟ ରାଜପଥ କାଳିକାପ୍ରସାଦ ତାରିଣୀ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡିଥିଲା । ଯାହାଫଳରେ କି ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୭ଜଣ ଆହତ ହୋଇଛନ୍ତି ।

{"id":413393,"sizeSlug":"large","linkDestination":"none"}

ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସମସ୍ତ ଆହତ ଯାତ୍ରୀଙ୍କୁ ନିକଟସ୍ଥ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆହତ ଯାତ୍ରୀଙ୍କ ମଧ୍ୟରେ କିଛି ଶିଶୁଥିବାର ମଧ୍ୟ ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.