ମର୍ମନ୍ତୁଦ ଦୁର୍ଘଟଣା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ , ୨ ମୃତ, ୧୭ ଆହତ

Published By : Prameya-News7 Bureau | November 17, 2020 IST

ମୁନିଗୁଡ଼ା ୧୭।୧୧: ରାୟଗଡା ମୁନିଗୁଡାରେ ମର୍ମନ୍ତୁଦ ଦୁର୍ଘଟଣା । କୁମ୍ଭାରଢାମୁଣି ନିକଟରେ ଭାରସାମ୍ୟ ହାରଇ ଓଲଟିଲା ଯାତ୍ରୀବାହୀ ବସ୍‌ ।  ଡ୍ରାଇଭର ସମେତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

{"id":362914,"sizeSlug":"large"}

ଖବର ଅନୁଯାୟୀ, ସୋମବାର ରାତିରେ ବିଷମକଟକ ଥାନା କୁମ୍ଭାରଢାମୁଣି ନିକଟରେ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଲକ୍ଷ୍ମୀପୁର ଠାରୁ ଭୁବନେଶ୍ୱର ଯାଉଥିଲା ବସ। ବସ୍ ରେ ୪୦ରୁ ୪୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ଗତକାଲି ରାତି ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।  

{"id":362915,"sizeSlug":"large"}

ଦୁର୍ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ବାସିନ୍ଦା ସଙ୍ଗେ ସଙ୍ଗେ ଉଦ୍ଧାର କରି ଆହତଙ୍କୁ ଆମ୍ବୂଲାନ୍ସ ଯୋଗେ ଡାକ୍ତର ଖାନାକୁ ପଠେଇଥିଲେ। ତେବେ ପ୍ରଥମେ ବସ ତଳେ କୌଣସି ଯାତ୍ରୀ ରହିଥିବା ସନ୍ଦେହ ହୋଇଥିଲେ ମଧ୍ୟ ଯାଞ୍ଚ ପରେ କେହିନଥିବା ସ୍ପଷ୍ଟ ହୋଇଥିଲା। ଘଟଣା ସ୍ଥଳକୁ ଜିଲ୍ଲାପାଳ ଓ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା  ଡାକ୍ତରଖାନାରେ ପହଂଚି ଆହତଙ୍କ ସ୍ୱାସ୍ଥ୍ୟଅବସ୍ଥା ପଚାରି ବୁଝିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.