କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ

Published By : Prameya-News7 Bureau | January 18, 2021 IST

ମୋହନା ୧୮।୦୧: ଟୁରିଷ୍ଟ ଗାଡି ଦୁର୍ଘଟଣାଗ୍ରସ୍ତ । ଗଜପତି-ରାୟଗଡା ସୀମାନ୍ତ କେନ୍ଦୁଗୁଡା ଘାଟିରେ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଅଧିକ ପର୍ଯ୍ୟଟକ ଆହତ ହୋଇଥିବାର ସୂଚନା ମିଳିଛି । ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

ଖବର ଅନୁଯାୟୀ, ଗଜପତି-ରାୟଗଡ଼ା ସୀମାନ୍ତ କେନ୍ଦୁଗୁଡ଼ା ଘାଟିରେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଟୁରିଷ୍ଟ ଗାଡି଼ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାଫଳରେ କି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ସୁନିଲ୍‌ ସାହୁ , ଏବଂ ତାଙ୍କ ଘର ଭୁବନେଶ୍ୱରରେ ବୋଲି ଜଣାପଡିଛି । ସେହିପରି ଦୁର୍ଘଟଣା  ସଂପର୍କରେ ଖବର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.