କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା : ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୫ଗୁରୁତର

Published By : Prameya-News7 Bureau | June 06, 2020 IST

ଭଞ୍ଜନଗର ୦୬।୦୬ : କଳିଙ୍ଗା ଘାଟିରେ ପୁଣି ବସ୍‌ ଦୁର୍ଘଟଣା ।ଗଞ୍ଜାମ- କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା କଳିଙ୍ଗା ଘାଟିରେ ପୁଣି ଥରେ ବସ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୫ଜଣ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ଜାରି ରହିଛି ।

{"id":281831,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ବଡ଼ପଣ୍ଡା ନାମକ ଏକ ଯାତ୍ରୀବାହୀ ବସ୍‌ ପ୍ରାୟ ୫୦ଜଣ ଯାତ୍ରୀଙ୍କୁ ଯାତ୍ରା କରୁଥିଲା । ବସ୍‌ଟି   ବ୍ରହ୍ମପୁରରୁ ବରଗଡ଼ ପାଇକମାଳ ଯାତ୍ରା କରୁଥିଲା । କିନ୍ତୁ ରାତି ପ୍ରାୟ ୧୨ ଟା ସମୟରେ କଳିଙ୍ଗା ଘାଟିରେ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଗାଡିରେ ଥିବା ୫୦ଜଣ ଯାତ୍ରୀଙ୍କ ମଧ୍ୟରୁ ୫ଜଣ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ  ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଚିକିତ୍ସା ଜାରି ରହିଛି ।

ସେହିପରି କିଛି ଦିନ ତଳେ କଳିଙ୍ଗା ଘାଟିରେ ପ୍ରବାସୀମାନଙ୍କୁ ନେଇ ଆସୁଥିବା ବସ୍‌ ଦୁର୍ଘଟଣାର ଶୀକାର ହୋଇଛି । ଯାହାଫଳରେ କିଛି ଯାତ୍ରୀ ମଧ୍ୟ ମୃତାମହ ହୋଇଛନ୍ତି । ବାରମ୍ବାର କଳିଙ୍ଗା ଘାଟିରେ ଦୁର୍ଘଟଣା ଘଟିବାର ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.