ଭାରସାମ୍ୟ ହରାଇ ଧାନବିଲକୁ ଓଲଟିଲା ଯାତ୍ରୀବାହୀ ବସ୍, ୫ ଆହତ

Published By : Prameya-News7 Bureau | October 14, 2020 IST

ଜଳେଶ୍ୱର ୧୪।୧୦: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌ । ବାଲେଶ୍ୱର ଜିଲ୍ଲା ଡିଗିରୀପାହି ନିକଟରେ ବସ୍‌ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୫ଜଣ ଯାତ୍ରୀ ଆତହ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

{"id":344026,"sizeSlug":"large"}

ଖବର ଅନୁଯାୟୀ, କଷାଫଳରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ‘ପ୍ରଭୂଜୀ’ ନାମକ ଏକ ବସ୍‌ । ବସ୍‌ରେ ପାଖାପାଖି ୨୦ଜଣ ଯାଉଥିବାର ସୂଚନା ରହିଛି । ତେବେ ବାଲେଶ୍ୱର ଡିଗିରୀପାହୀ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଧାନବିଲକୁ ଖସିପଡିଛି ।

{"id":344027,"sizeSlug":"large"}

ଯାହାଫଳରେ କି ଗାଡିରେ ଥିବା ପ୍ରାୟ ୨୦ ଯାତ୍ରୀଙ୍କ ମଧ୍ୟରୁ ୫ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆହତ ଯାତ୍ରୀଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳା ମଧ୍ୟ ରହିଥିବାର ଖବର ହସ୍ତଗତ ହୋଇଛି । ଦୁର୍ଘଟଣା ଖବର ପାଇବାପରେ ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଭିଡ଼ ବଢିଯାଇଥିଲା ।   

{"id":344028,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.