ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ

Published By : Prameya-News7 Bureau | January 26, 2021 IST

ଜଳେଶ୍ୱର ୨୬।୦୧: ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହି ବସ୍‌ । ଡମ୍ପର ଗାଡି଼କୁ ଓଭରଟେକ୍‌ ବେଳେ ଭାରସାମ୍ୟ ହରାଇ ଓଲଟିପଡିଛି ବସ୍‌ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଲକ୍ଷ୍ମଣନାଥ ସୀମାନ୍ତ ଠାରୁ ୬କିମି ଦୂରରେ ଏହି ଦୁର୍ଘଟଣା ଘଟିଛି । ବସ୍‌ରେ ପ୍ରାୟ ୫୦ରୁ ୬୦ ଯାତ୍ରୀ ଥିବା ସୂଚନା ରହିଛି ।

{"id":398550,"sizeSlug":"large","linkDestination":"none"}

ଖବର ଅନୁଯାୟୀ, କଲିକତାରୁ ଅନୁଗୁଳ ଅଭିମୁଖେ ଆସୁଥିଲା ଡାଇମଣ୍ଡ ନାମକ ଏକ ଯାତ୍ରୀବାହୀ ବସ୍‌ । ଏହି ବସ୍‌ରେ ତାଳଚେର, ଅନୁଗୁଳ ଓ ପାରାଦୀପର ପ୍ରାୟ ୫୦ରୁ ୬୦ଜଣ ଯାତ୍ରୀ ଥିଲେ । କିନ୍ତୁ ବସ୍‌ ଜଳେଶ୍ୱର ଲକ୍ଷ୍ମଣନାଥ ସୀମାନ୍ତ ୬କିମି ଦୂରରେ ଥିବା ଅଙ୍ଗୁଆ ଠାରେ ଦୁର୍ଘଟଣାର ଶିକାର ହୋଇଛି ।

{"id":398551,"sizeSlug":"large","linkDestination":"none"}

ଏକ ଡମ୍ପରକୁ ଓଭର ଟେକ୍‌ କରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିପଡିଛି । ପ୍ରାୟ ୧୦ ଫୁଟ ତଳକୁ ବସ୍‌ ଖସିପଡିଛି । ଦୁର୍ଘଟଣା ଖବର ପାଇଁ ପଶ୍ଚିମବଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.