ଦାରିଙ୍ଗିବାଡି ଘାଟିରୁ ଖସିଲା ଟୁରିଷ୍ଟ ବସ୍, ଝୁଲି ରହିଥିବା ବସ୍‌ରୁ ୫୦ଜଣ ଉଦ୍ଧାର

Published By : Prameya-News7 Bureau | February 06, 2020 IST

ବ୍ରହ୍ମପୁର ୬।୨: ଗଞ୍ଜାମ ଜିଲ୍ଲା ତପ୍ତପାଣିରେ ବସ୍ ଓଲଟିବା ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା ଦାରିଙ୍ଗିବାଡି ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣା ହୋଇଛି । ତେବେ ଗାଡିଟି ଘାଟି ତଳକୁ ଖସି ନଥିବାବେଳେ ଘାଟି ଉପରେ ଝୁଲି ରହିଥିବାର ଦେଖିବାକୁ ମିଳିଥିଲା । ନିଶ୍ଚିତ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ସମସ୍ତେ ।

{"id":220682,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭୁବନେଶ୍ଵରର ଏକ ଘରୋଇ କଲେଜର ଛାତ୍ରଛାତ୍ରୀମାନେ ପିକନିକ ପାଇଁ ଦାରିଙ୍ଗିବାଡିକୁ ଆସିଥିଲେ । ବଣ ଭୋଜି ସାରି ଫେରୁଥିବା ବେଳେ ୯ନଂ ଘାଟିରେ ଗାଡିର ଟାୟର ଫାଟିଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ବସ୍ ଭିତରେ ଥିବା ଛାତ୍ରଛାତ୍ରୀ ଗାଡିର କାଚ ଭାଙ୍ଗି ବାହାରକୁ ପଳାଇଆସିଥିଲେ । ନିଶ୍ଚିତ ଏକ ବଡ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତି ଯାଇଛନ୍ତି ।

{"id":220683,"sizeSlug":"large"}

ଘଟଣାସ୍ଥଳରେ ସୋରଡା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସମସ୍ତ ଯାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉଦ୍ଧାର ସମସ୍ତଙ୍କୁ ଅନ୍ୟ ଏକ ବସ୍ ଯୋଗେ ସୋରଡା ପଠାଯାଇଥିବା ଜଣାପଡିଛି  । ବସରେ ପ୍ରାୟ ୫୦ଜଣ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.